ମୁମ୍ଵାଇ ୦୮।୦୫; ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୃ। ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏବେ ସାମନ୍ଥା ଜଣେ ପ୍ରଯୋଜକ ଭାବରେ 'ଶୁଭମ' ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ, ସାମନ୍ଥା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଫଟୋ ସେୟାର କରିଛନ୍ତି। ଏହି ସମୟରେ ସାମନ୍ଥା ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହ ଏକ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି। ସାମନ୍ଥା ଏବଂ ରାଜଙ୍କ ଫଟୋ ଏକାଠି ଦେଖିବା ପରେ, ଲୋକମାନେ ସେମାନଙ୍କ ସମ୍ପର୍କରେ ଥିବା ନେଇ ଅନୁମାନ କରିବା ଆରମ୍ଭ କରି ଦେଇଛନ୍ତି।
ଏହି ଫଟୋ ଗୁଡ଼ିକୁ ସେୟାର କରି ସାମନ୍ଥା କ୍ୟାପସନରେ ଲେଖିଛନ୍ତି, 'ଏହା ଏକ ଲମ୍ବା ଯାତ୍ରା ଥିଲା କିନ୍ତୁ ଆମେ ଏବେ ବି ଆମର ଗନ୍ତବ୍ୟସ୍ଥଳରେ ଅଛୁ।' ନୂତନ ଆରମ୍ଭ । "ଶୁଭମ" ୯ ମଇରେ ମୁକ୍ତିଲାଭ କରୁଛି। ରାଜ ନିଦିମୋରୁଙ୍କ ସହ ସାମନ୍ଥାଙ୍କ ଫଟୋ ଏବଂ 'ନୂତନ ଆରମ୍ଭ' ପୋଷ୍ଟ ଦେଖିବା ପରେ, ଲୋକମାନେ ସେମାନଙ୍କ ସମ୍ପର୍କରେ ଥିବା ବିଷୟରେ ଅନୁମାନ କରିବା ଆରମ୍ଭ କରିଛନ୍ତି। ତଥାପି, ରାଜ ଏବଂ ସାମନ୍ଥା ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି କିମ୍ବା ସମ୍ପର୍କରେ ଥିବା ନିଶ୍ଚିତ କରିନାହାଁନ୍ତି।
ସାମନ୍ଥାଙ୍କୁ କିଛି ଦିନ ପୂର୍ବେ ମୁକ୍ତିଲାଭ କରିଥିବା ଧାରାବାହିକ 'ସିଟାଡେଲ୍ ହନି-ବନି'ରେ ଦେଖିବାକୁ ମିଳିଥିଲା। ଏହି ଧାରାବାହିକରେ ସାମନ୍ଥାଙ୍କ ସହ ବରୁଣ ଧାୱନଙ୍କୁ ଦେଖିବାକୁ ମିଳିଥିଲା। ଲୋକମାନେ ଏହି ସିରିଜ୍କୁ ବହୁତ ପସନ୍ଦ କରିଥିଲେ। ଏବେ ସାମନ୍ଥା ତାଙ୍କ ବ୍ୟାନରରେ ପ୍ରଥମ ଫିଲ୍ମ 'ଶୁଭମ' ନିର୍ମାଣ କରିଛନ୍ତି। ଏହି ସିନେମାଟି ୯ ମେ’ରେ ମୁକ୍ତିଲାଭ କରିବ।