ଇକୋସେନସିଟିଭ ଜୋନ୍‌ରେ ସମ୍ପୂର୍ଣ୍ଣ ବନ୍ଦ ହେବ ଇଟାଭାଟି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | January 17, 2025 IST

ନୀଳଗିରି ୧୭।୧: ଇକୋସେନଟିଭ ଜୋନ୍‌ରେ ଚାଲିପାରିବନି ଇଟାଭାଟି । ଇଟା ତିଆରିକୁ କୌଣସି ପ୍ରକାରରେ ଅନୁମତି ଦିଆଯିବନାହିଁ । ଯେଉଁମାନେ ଇଟାଭାଟି ଚଲାଉଛନ୍ତି ଦୁଇ ସପ୍ତାହ ଭିତରେ ସାଇଟ୍ ସଫା କରିଦିଅ । ଜିଲ୍ଲାପାଳଙ୍କୁ ମଧ୍ୟ ଇଟାଭାଟି ନେଇ ସମସ୍ତ ପ୍ରଭାବଶାଳୀ ପଦକ୍ଷେପ ନେଇପାରିବେ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । 

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଇକୋ ସେନସେଟିଭ ଜୋନ୍‌ରେ ବେଆଇନ ଚିମିନି ଓ ଚଦର ଇଟାଭାଟି ଚାଲି ଆସୁଥିଲା । ଏଭଳି ଖବର ପ୍ରମେୟ ଓ ନ୍ୟୁଜ୍‌ ୭ରେ ପ୍ରକାଶ ପାଇଆସୁଥିଲା । ଏନେଇ ପ୍ରଶାସନ ତରଫରୁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ବେଳେ ବହୁ ପୂର୍ବରୁ ମାମଲା ହାଇକୋର୍ଟରେ ବିଚାରାଧୀନ ଥିଲା । 

ଗତବର୍ଷ ସନ୍ତରାଗଡ଼ିଆ ଅଞ୍ଚଳର ମାମା ଇଟାଭାଟିକୁ ତହସିଲଦାର ବେଆଇନ ଦର୍ଶାଇ ଭାଙ୍ଗିଦେଇଥିଲେ । ଇଟାଭାଟିର ମାଲିକ ହରିଶ୍ଚନ୍ଦ୍ର ଜେନା ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାସହ ଇକୋ ସେନସେଟିଭ ଜୋନ୍‌ରେ ଅନେକ ଇଟାଭାଟି ଅଛି କାହିଁକି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି ଏନେଇ ଯୁକ୍ତି ବାଢିଥିଲେ । ଅନ୍ୟ ଇଟାଭାଟି ମାଲିକ ମାନେ ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ଗୁରୁବାର ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । 

ବେଆଇନ ଇଟାଭାଟି ମାଲିକ ହାଇକୋର୍ଟରେ କରିଥିବା ମାମଲା ଡିସ୍‌ପୋଜ କରିଥିବା ବେଳେ ଜିଲ୍ଲାପାଳଙ୍କୁ ଇଟାଭାଟି ବନ୍ଦ ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ହରିଶ୍ଚନ୍ଦ୍ର ଜେନାଙ୍କ ତରଫରୁ ଆଇନଜୀବୀ ସମୀର କୁମାର ମିଶ୍ର ଲଢୁଥିଲେ । ଏହି ମାମଲାକୁ ଜଜ୍ ଏସ୍‌.କେ. ପାଣିଗ୍ରାହୀ ରାୟ ଦେଇଥିବା ଜଣାପଡିଛି ।

You Can Read:

ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ MoU ସ୍ୱାକ୍ଷରିତ ହେବ, ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବ : ମୁଖ୍ୟମନ୍ତ୍ରୀ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.