ଆଠଗଡ ୨୪/୧: ଘନ କୁହୁଡି ସାଜିଲା କାଳ । ତାରିଣୀ ଦର୍ଶନ ସାରି ଫେରୁଥିବାବେଳେ ଓଲଟିଲା ବସ୍ । ୨ ଗୁରୁତର କଟକ ସ୍ଥାନାନ୍ତର । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦ୍ବାରବତୀପୁର ଗାଁ ପାଖରେ ଦୁର୍ଘଟଣା । କୁହୁଡି ଯୋଗୁ ରାସ୍ତା ତଳକୁ ଖସି ପଡିଛି ଯାତ୍ରୀବାହୀ ବସ୍ ଗୌରୀ ।
ଆଠଗଡ ମହାକାଳବସ୍ତ ଝରଣ ଗାଁର ୨୫ରୁ ଅଧିକ ଯାତ୍ରୀ ଗୋରୀ ବସ୍ରେ ଘଟଗାଁ ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣା ହୋଇଛି । ୨ଜଣ ଗୁରୁତର ଯାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ରାଜ୍ୟରେ ଶୀତ କମିବା ସହ ଲାଗିରହିଛି ଘନ କୁହୁଡି । ଚାରିଆଡେ ଧୂଆଁ ଧୂଆଁ । ରାସ୍ତାଘାଟ କିଛି ଦେଖାଯାଉନି । ଯାତାୟତରେ ନାନା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ।