ଯିଏ ସଭାପତି ସେ ନାମାଙ୍କନ ଭରିବେ, ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସାରିଥିବ

Published By : Prameya-News7 Bureau | July 07, 2025 IST

ଭୁବନେଶ୍ବର ୭।୭: ରାଜ୍ୟ ବିଜେପିର ହେବ ନବକଳେବର । ରାଜ୍ୟ ବିଜେପି ସଭାପତି ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଏ ହେବ ରାଜ୍ୟ ବିଜେପି ସଭାପତି ସେ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, ଯିଏ ସଭାପତି ସିଏ ନାମାଙ୍କନ ଭରିବେ । ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସରିଥିବ । ଆଉ ଏକ ଘଣ୍ଟା ଅପେକ୍ଷା କରନ୍ତୁ । ସବୁ କିଛି ଜଣାପଡ଼ିଯିବ । ଦୁଇ ଜଣ କେବେ ନାମାଙ୍କନ ଭରିବେ ନାହିଁ ବୋଲି ପ୍ରଦୀପ କହିଛନ୍ତି । ସହମତି ଭିତ୍ତିରେ ବିଜେପି ରାଜ୍ୟ ସଭାପତି ନିର୍ବାଚନ ହେବ । କେନ୍ଦ୍ରୀୟ ନେତୃତ୍ବ ଏହାକୁ ନେଇ ଯେଉଁ ନିଷ୍ପତ୍ତି ନେବେ, ତାକୁ ସମସ୍ତେ ମାନିବେ ବୋଲି ପ୍ରଦୀପ କହିଛନ୍ତି ।


You Can Read:

ତଳି ଅଞ୍ଚଳରେ ବର୍ଷା ପାଣି ରହିଛି, କେଉଁଠି ବି ବନ୍ୟା ପାଣି ପଶି ନାହିଁ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.