CBSE  ଦ୍ଵାଦଶ ଟପ୍ପରଙ୍କୁ ପ୍ରମେୟ  ଓ ନ୍ୟୁଜ ୭ ପକ୍ଷରୁ  ସମ୍ଵର୍ଦ୍ଧନା, କଠୋର ପରିଶ୍ରମ କରିବାକୁ ପରାମର୍ଶ ଦେଲେ ଅତିଥିବୃନ୍ଦ

Published By : Prameya-News7 Bureau | June 18, 2023 IST

ଭୁବନେଶ୍ଵର:  ପ୍ରମେୟ   ଓ ନ୍ୟୁଜ ୭ ପକ୍ଷରୁ   ସିବିଏସଇ   ଦ୍ଵାଦଶ ଟପ୍ପରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଚଳିତ ବର୍ଷ ସିବିଏସଇ ଦ୍ଵାଦଶ ପରୀକ୍ଷାରେ  କୃତକାର୍ଯ୍ୟ ହୋଇଥିବା ରାଜ୍ୟର  ଟପ ୧୦୦ ଛାତ୍ର ଛାତ୍ରୀଙ୍କୁ ପ୍ରମେୟ  ଓ ନ୍ୟୁଜ୭ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ବାରାପରିଚାଳିତ ଦ୍ବାଦଶ ବିଜ୍ଞାନ, ବାଣିଜ୍ୟ ଓ ହ୍ୟୁମାନିଟିଜ୍ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନକରିଥିବା ରାଜ୍ୟର  ଟପ ୧୦୦ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି ପ୍ରମେୟ ଓ ନ୍ୟୁଜ୍-୭ ପରିବାର । ବିଜ୍ଞାନର ଶ୍ରେଷ୍ଠ ୧୦୦, ବାଣିଜ୍ୟ ଓ ହ୍ୟୁମାନିଟିଜ୍‌ର ୫୦ରୁ ଅଧିକ କୃତୀ ପରୀକ୍ଷାର୍ଥୀଙ୍କୁ ପଦକ, ପ୍ରମାଣପତ୍ର ଓ ଉପହାର ଦିଆଯାଇ ସମ୍ମାନିତ କରାଯାଇଛି। ସୋଆ  ଦ୍ବିତୀୟ କ୍ୟାମ୍ପସ୍ ଆଇବିସିଏସ   ଅଡିଟୋରିୟମ ପରିସରରେ   ଆୟୋଜିତ ଉତ୍ସବରେ   କୃତୀ ଛାତ୍ର ଛାତ୍ରୀଙ୍କୁ  ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ୟୁପିଏସସି  ୪୨ ରାଙ୍କ ହୋଲଡର ପ୍ରଣିତା  ଦାସ। ।

{"id":805323,"sizeSlug":"full","linkDestination":"none"}

ସମାରୋହରେ ମୁଖ୍ୟଅତିଥି ଭାବେ ସିଆଇଡି-କ୍ରାଇମବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ  ଅରୁଣ ବୋଥ୍ରା  ଯୋଗଦେଇ  କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ  ବୋଲି  ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ। । ଏହି ଅବସରରେ ୟୁପିଏସସି ୨୦୨୨ ପରୀକ୍ଷାରେ ୪୨ତମ ବ୍ୟାଙ୍କ ହାସଲ କରିଥିବା ତଥା କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ପ୍ରଣିତା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିବା ସହ  ନିଜ ଲକ୍ଷ୍ୟକୁ ସଫଳ କରିବାକୁ  କଠିନ ପରିଶ୍ରମ ସହ ନିଷ୍ଠା  ପର ସହ କାମ କରିବା ନେଇ ବାର୍ତ୍ତା ଦେଇଥିଲେ ଅତିଥିବୃନ୍ଦ ।

{"id":805328,"sizeSlug":"full","linkDestination":"none"}

ଛାତ୍ର ଛାତ୍ରୀ କିଭଳି ଭଲ ପାଠ ପଢିବେ ଏହାକୁ ଗୁରୁତ୍ବ  ଦେଇ ଆାସିଛି ପ୍ରମେୟ ଓ ନ୍ୟୁଜ୭  । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିଲାଙ୍କ  ପାଇଁ ପ୍ରମେୟ ଗାଇଡ ସହ ଶିକ୍ଷା ପୃଷ୍ଠା ପ୍ରଦାନ କରାଯାଉଛି। ଫଳରେ  ଗ୍ରାମାଞ୍ଚଳରେ ଥିବା  ଗରିବ ଓ ମେଧାବୀ ଛାତ୍ର ଛାତ୍ରୀ  ପରୀକ୍ଷା କୃତକାର୍ଯ୍ୟ ହୋଇ ପାରିଛନ୍ତି। ଦୀର୍ଘ ୮ ବର୍ଷ ଧରି  ପ୍ରମେୟ ଓ ନ୍ୟୁଜ ୭ ପକ୍ଷରୁ କରାଯାଉଥିବା  ମେଧାବୀଙ୍କୁ  ସମ୍ମାନ ଓ  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି ଛାତ୍ର ଛାତ୍ରୀ ।  

{"id":805326,"sizeSlug":"full","linkDestination":"none"}

ପ୍ରମେୟ ଓ ନ୍ୟୁଜ ୭  ଶିକ୍ଷକ ଓ ଶିକ୍ଷା ପରିବେଶରୁ ଆସିଛି । କିଭଳି ଭାବେ  ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ବଳ ହେବ ଓ   ପରୀକ୍ଷାରେ କିଭଳି ସ୍କୋର ସଫଳତା ପାଇବେ ତା ଉପରେ ଗୁରୁତ୍ଵ ଦେଇ ଆାସିଛି ପ୍ରମେୟ  ଓ ନ୍ୟୁଜ୭ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଂଜନ ନାୟକ ସବୁ ବେଳେ ଶିକ୍ଷାକୁ ଗୁରୁତ୍ବ ଦେଇ  ଆସୁଛନ୍ତି।  ଶିକ୍ଷା ଓ ଅନୁସନ୍ଧାନ ଅଧିନରେ ମେଡିକାଲ, ଇଂଜିନିୟରିଙ୍ଗ, ମ୍ୟାନେଜମେଣ୍ଟ,  କୃଷି,  ଆାଇନ ଭଳି ବିଭିନ୍ନ ବର୍ଗର ପାଠ୍ୟକ୍ରମ ରହିଛି ।   ଛାତ୍ର ଛାତ୍ରୀ  ଆଗକୁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ପ୍ରମେୟ ଓ ନ୍ୟୁଜ୭ ର ମେଧାବୀ ସମ୍ବର୍ଦ୍ଧନା ଅଭିଯାନ ରାଜ୍ୟର ଆଗକୁ ଯିବାକୁ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା  ଯୋଗାଉଛି ବୋଲି ସିଇଓ ସୁନୀଲ ଦାସ କହିଛନ୍ତି।

{"id":805327,"sizeSlug":"full","linkDestination":"none"}

କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଗ୍ରୁପ୍‌ ସିଇଓ ସୁନୀଲ ଦାସ, ପ୍ରମେୟନ୍ୟୁଜ୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍‌ ଡାଇରେକ୍ଟର (ସେଲ୍ସ ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା, ‘ପ୍ରମେୟ’ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ମୁଖ୍ୟ ନ୍ୟୁଜ୍‌ କୋର୍ଡିନେଟର ସୁଦୀପ ରାଉତ, ସୋଆ ବିଶ୍ୱବିଦ୍ୟାଳୟ ଡିନ୍‌ (ଛାତ୍ରମଙ୍ଗଳ) ପ୍ରଫେସର ଡ. ଜ୍ୟୋତିରଞ୍ଜନ ଦାସ, ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଇଂରାଜୀ ପୋର୍ଟାଲ୍‌ ମୁଖ୍ୟ ସୁବ୍ରତ ଦାସ, ଓଡ଼ିଆ ପୋର୍ଟାଲ୍‌ ମୁଖ୍ୟ ଅମରେଶ ଦାଶ, ମାର୍କେଟିଂ ଆଣ୍ଡ୍‌ ସେଲ୍ସ ଡିଜିଏମ୍‌ ଏସ୍‌. ଏଫ୍‌. ଅଲ୍ଲୀ, ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ ମଲ୍ଲିକଙ୍କ  ସହ  ବହୁ ମେଧାବୀ ଛାତ୍ର ଛାତ୍ରୀ ,ଅଭିଭାବକ ଓ ଶିକ୍ଷକ  ସାମିଲ ହୋଇଥିଲେ। ପ୍ରମେୟ ଓ  ନ୍ୟୁଜ୭ର ମେଧାବୀଙ୍କୁ  ସମ୍ମାନ ଓ  ସମ୍ବର୍ଦ୍ଧନା ଅଭିଯାନକୁ ବିଭିନ୍ନ ମହଲରୁ  ସ୍ଵାଗତ କରାଯାଇଛି।

 ‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ‘ନ୍ୟୁଜ୍‌-୭’ କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ ।

wp:heading {"level":4}

ଏ ଖବର ପଢନ୍ତୁ- ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଯୁକ୍ତ ଦୁଇ ମେଧାବୀ ସମ୍ବର୍ଦ୍ଧନା, ଶ୍ରେଷ୍ଠ ୧୫୦ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.