ଭୁବନେଶ୍ବର ୨୮।୧: ଉତ୍କର୍ଷ ଓଡ଼ିଶା କନକ୍ଲେଭ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ର । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶ୍ରୁତି ଦେଲେ । ସ୍ଵାଗତଯୋଗ୍ୟ କଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି । ୨୦୧୬ରେ ନବୀନ ସରକାର ସମୟରେ ପ୍ରଥମେ ମେକ୍ ଇନ୍ ଓଡ଼ିଶା ଆରମ୍ଭ ହୋଇଥିଲା । ଏବେ ଏ ସରକାର ଚତୁର୍ଥ ସଂସ୍କରଣକୁ ନାଁ ବଦଳାଇ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ୧୯ଟି ସେକ୍ଟରର ପଲିସି କରିଥିଲେ । ଅତୀତର ସଫଳତାକୁ ପାଥେୟ କରି ନୂଆ ନୀତି ଅଣାଯାଉ । ଯାହାଦ୍ୱାରା ଶିଳ୍ପ ସଂସ୍ଥା ଗୁଡିକ ଭରସା ରଖି ପାରିବେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ।
ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ବିଜେପି ସରକାରକୁ ୭ ମାସ ହେଲାଣି । ଫଳେ ନ ପରିଚୟ । ପୂର୍ବରୁ ନବୀନ ବାବୁ କହିଥିଲେ ଏ ସରକାରକୁ କିଛି ସମୟ ଦେବା ଦରକାର । କିନ୍ତୁ ୭ ମାସ କିଛି କମ୍ ସମୟ ନୁହେଁ ବୋଲି ଦେବୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଜନତା ମଇଦାନରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଉଦ୍ଘାଟିତ । ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଉତ୍କଳ ଓଡ଼ିଶା ଗ୍ୟାଲେରୀ ବୁଲି ଦେଖିଛନ୍ତି ମୋଦି । ସେ ୨ ଘଣ୍ଟା ୨୦ ମିନିଟ୍ ମାନେ ଦିନ ୧୧ଟାରୁ ୧୨ଟା ୩୦ ଯାଏ ସମ୍ମିଳନୀରେ ରହିବେ । ପ୍ରାୟ ଅଧାଘଣ୍ଟା ସମ୍ମିଳନୀରେ ଅଭିଭାଷଣ ରଖିବେ ମୋଦି । ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି ।
ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓ ମୋଦିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୪୦୦ ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି।କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।
ସୋମବାର ଓ ମଙ୍ଗଳବାର ୨ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । ନିବେଶ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି ଶିଳ୍ପହସ୍ତୀ ।ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ।
୨ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିବା ସହ ନିବେଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ଶିଳ୍ପକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଆଭାସ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି। ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ହିଁ ଆପଣଙ୍କ ଓଡ଼ିଶା ପ୍ରତି ଭଲ ପାଇବା । ସବୁ ଗସ୍ତ ରେ ଆପଣ ଓଡ଼ିଶାକୁ କିଛି ନା କିଛି ଉପହାର ଆଣି ଆସିଥାନ୍ତି ଏବଂ ଆଜି ତ ଆମ ପାଇଁ ବିଶେଷ ମୁହୂର୍ତ୍ତ । ଆଜି ଯେଉଁ ଉପହାର ଆଣି ଆସିଛନ୍ତି ତାହା ଆମ ଓଡ଼ିଶାର ଦିଶା ବଦଳାଇ ଦେବ । ପୂର୍ବ ଦୋୟ ଢାଞ୍ଚା ର ଆଜି ଶୁଭାରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ । ଆପଣଙ୍କ ଉପସ୍ଥିତି ପୁଞ୍ଜି ନିବେଶ କାରୀ ଙ୍କ ମନ ବଳ ବଢାଇବ । ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ ।
ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା । ସମସ୍ତ ଶିଳ୍ପପତି ଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି । ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ । ମାଲକାନଗିରି, ରାୟଗଡା, କେନ୍ଦୁଝର ଫୁଡ଼ ପ୍ରୋସେସିଂ ପାଇଁ ସମ୍ଭାବନା ରହିଛି । କେମିକାଲ, ଓ ପେଟ୍ରୋ କେମିକାଲ, ଫାର୍ମା , ସେମିକଣ୍ଡକ୍ଟର, ଆଇଟି ଭଳି ସେକ୍ଟର ଗୁରୁତ୍ବ ରହିଛି । ସ୍କିଲଡ଼ି ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ । ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ । ଏହା ପ୍ରକୃଷ୍ଟ ସମୟ। ଆପଣଙ୍କୁ ଓଡ଼ିଶା ସ୍ବାଗତ କରୁଛି ।
You Can Read:
କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ କରିବ JSW, ରାଜ୍ୟ ସରକାରଙ୍କ ସହ MOU ସ୍ଵାକ୍ଷରିତ