ଭଦ୍ରକକୁ ୨୭୪ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ବିଜେଡିକୁ କଲେ ଟାର୍ଗେଟ

Published By : Prameya-News7 Bureau | June 02, 2025 IST

ଭଦ୍ରକ: ଭଦ୍ରକ ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗତ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଭଦ୍ରକ ଜିଲ୍ଲା ଗସ୍ତ ଥିଲା । ଉତ୍ସାହିତ ଥିଲେ ଉଭୟ ଜିଲ୍ଲା ପ୍ରଶାସନ ଏବଂ ଦଳୀୟ ନେତୃମଣ୍ଡଳୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ୧୩ ଗୋଟି ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହିତ ନୂଆ ପ୍ରକଳ୍ପର ଶିଳାନ୍ୟାସ ହୋଇଛି l ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡିକର ଲୋକର୍ପଣ ସହିତ ଶିଳାନ୍ୟାସ କରିଛନ୍ତି l 

ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକେପଟର ଯୋଗେ ଭଦ୍ରକ ବ୍ଲକ ଜଗଦଳପୁର ପଞ୍ଚାୟତ ପାର୍କ ନିକଟସ୍ଥ ପଡିଆରେ ଅବତରଣ କରି କାର ଯୋଗେ ସଭାସ୍ଥଳ ରମ୍ଭିଳା ପଞ୍ଚାୟତ ଖେଳ ପଡିଆକୁ ଆସିଥିଲେ । ସେଠାରେ ପ୍ରକଳ୍ପ ଲୋକାର୍ପଣ ଏବଂ ଶିଳାନ୍ୟାସ କରି ସାଧାରଣ ସଭାକୁ ଉଦବୋଧନ କରିଛନ୍ତି । ପରେ ଭଦ୍ରକରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।  

ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର , ସାଂସଦ ଅଭିମନ୍ୟୁ ସେଠୀ , ବାସୁଦେବପୁର ବିଧାୟକ ଆଶୋକ ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଜ ବକ୍ତବ୍ୟ ରେ କହିଛନ୍ତି ଯେ ଭଦ୍ରକ ପାଇଁ ଆଜି ସୌଭାଗ୍ୟର ଦିନ । ବାବା ଆଖଣ୍ଡଳମଣି ଓ ମାଆ ଭଦ୍ରକାଳୀ ଙ୍କ ପୀଠ ସମସ୍ତଙ୍କୁ ରୁଦ୍ଧିମନ୍ତ କରିଛି । ବରପୁତ୍ର ଙ୍କ ସ୍ମୃତି ପାଇଁ ପଦକ୍ଷେପ ନେଇଛୁ ।

ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି,  ଗତ ୧୬ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନ ଥାନ୍ତି । କିନ୍ତୁ ଆମ ସରକାର ସମସ୍ତଙ୍କ ଅଭିଯୋଗ ଶୁଣୁଛନ୍ତି । ଭୁବନେଶ୍ୱର ବାହାରେ ମଧ୍ୟ ଅଭିଯୋଗ ଶୁଣାଣି ହେଉଛି ଓ ଜାରି ରହିବ । ଆଜି ମଧ୍ୟ ଆମେ ରୋଟି କପଡା ଓ ମକାନ ପାଇଁ ସଙ୍ଘର୍ଷ କରୁଛୁ । କିନ୍ତୁ ଆମ ସରକାରରେ ଆବାସ ଯୋଜନାରେ ଘର ଦେବା ଜାରି ରଖିଛୁ । ପ୍ରଧାନମନ୍ତ୍ରୀ ଅନ୍ତୋର୍ଦୟ ଆବାସ ଯୋଜନା ରେ ଘର ମିଳିବ । 5 ଟି ନାଁରେ ରଙ୍ଗ ମାରିବା ଓ ବାଜା ବଜାଇବାରେ ଚାଲିଯାଇଛି । ଆମେ ପ୍ରତି ପଞ୍ଚାୟତରେ ୧୨ ହଜାର କୋଟି ବ୍ୟୟରେ ସ୍ମାର୍ଟ ସ୍କୁଲ ଗଠନ ହେବ । ଶିକ୍ଷା ପାଇଁ ଶିକ୍ଷକ ନିଯୁକ୍ତି ଦେଉଛୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଯୋଜନା ଆମେ ଲାଗୁ କରିଲୁ । ପୂର୍ବ ସରକାର କରୁ ନଥିଲେ । ବିଜେଡି ବିଧାୟକ କୁହନ୍ତି ଆମ ସରକାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ କିନ୍ତୁ ଦେଇ ପାରିଲେ ନାହିଁ, କିନ୍ତୁ ବିଜେପି କେମିତି ଦେଉଛି।  ସୁଭଦ୍ରା ଯୋଜନାରେ ମା ମାନେ ସହାୟତା ରାଶି କୁ ଠିକ୍ ଉପଯୋଗ କରିଛନ୍ତି ଓ ଲକ୍ଷପତି ଦିଦି ତିଆରି ହେଲେ । ୧୭ ଲକ୍ଷର ଲକ୍ଷପତି ଦିଦି ହେବା ସହ ଭାରତରେ ଓଡ଼ିଶା ୧ ନମ୍ୱର୍ ହୋଇଛି। ଭଦ୍ରକ ଜିଲ୍ଲାରେ ଶିଳ୍ପ ବିପ୍ଳବର ଧାରା ପ୍ରବାହିତ ହେବ ଓ ଆଇଓସିଏଲରେ ୪୩୦୦ ଯୁବକ ଯୁବତୀ ଚାକିରି ପାଇବେ। ପଲିଷ୍ଟର ଉତ୍ପାଦନ କ୍ଷେତ୍ରରେ ୧୧୫୦ ଜଣ ନିଯୁକ୍ତି ପାଇବେ । ଭଦ୍ରକର ଦାବି ମେଡିକାଲ କଲେଜ ପ୍ରତିଷ୍ଠା । ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜର ଖୁବ୍ ଶୀଘ୍ର ଶିଳାନ୍ୟାସ ହେବ । ଭଦ୍ରକରେ ସରକାରୀ ବିଶ୍ଵ ବିଦ୍ୟାଳୟ ଦାବି ଉଠିଛି । ଭଦ୍ରକରେ ସରକାରୀ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହେବ । ପୁଣି ଥରେ ଆସିବି ଭଦ୍ରକ ଓ କୁଣିଆ ହୋଇ ରହିବି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.