ଭାରତର ଚନ୍ଦ୍ରଯାନ-୩ ମିଶନ ସଫଳତା ପରେ ଏବେ ଫୋକସ୍ରେ ସୂର୍ଯ୍ୟ ମିଶନ୍। ମହାକାଶ ବିଜ୍ଞାନରେ ଭାରତର ଏଭଳି ସଫଳତା ଓ ପଦକ୍ଷେପକୁ ସହଜରେ ହଜମ କରିପାରୁନି ପଡୋଶୀ ରାଷ୍ଟ୍ର। ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ-୧ ମିଶନ୍ ପରେ ସୂର୍ଯ୍ୟଙ୍କ ଉପରେ ଗବେଷଣା ଆରମ୍ଭ କରିବାକୁ ଯାଉଛି ଚୀନ।
ଶ୍ରୀହରିକୋଟାର ସ୍ପେସ୍ ଷ୍ଟେସନର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ଲଞ୍ଚ୍ ହୋଇଥିବା ସୋଲାର ମିଶନ ଆଦିତ୍ୟ-L1 ସଫଳତା ପୂର୍ବକ ଉତ୍କ୍ଷେପଣ କରାଯାଇଛି।ଚନ୍ଦ୍ରାୟନ-୩ ସଫଳତା ପରେ ଏବେ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ଭାରତ। ଭାରତର ଏଭଳି ପଦକ୍ଷେପ ଦେଖି ପଡୋଶୀ ଚୀନ ଆରମ୍ଭ କରିବାକୁ ଯାଉଛି ସୂର୍ଯ୍ୟ ମିଶନ୍। ଏଥିରେ ଚୀନ ବୈଜ୍ଞାନିକ ସୋଲାର ସିଷ୍ଟମର ରହସ୍ୟ ଭେଦିବା ସହ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ କେନ୍ଦ୍ରବିନ୍ଦୁ ଖୋଜିବ। ସାଉଥ୍ ଚାଇନା ମର୍ଣ୍ଣି ପୋଷ୍ଟ(SCMP) ପ୍ରକାଶିତ ରିପୋର୍ଟ ଅନୁସାରେ ଶତାବ୍ଦୀର ଶେଷ ସୁଦ୍ଧା ସୋଲାର ସିଷ୍ଟମ ବୃହତ୍ ଉତ୍ସ ପାଲଟିବ।
ବେଜିଂର ଗବେଷଣା ଅନୁସାରେ ଗ୍ରହ, ଚନ୍ଦ୍ର ଏବଂ ସୂର୍ଯ୍ୟ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଗୋଟିଏ ନେଟଓ୍ୱର୍କରେ ଅବସ୍ଥାନ କରୁଛି। ଯାହା ସମସ୍ତଙ୍କୁ ସନ୍ତୁଳିତ କରି ରଖିପାରୁଛି। ଏହି ଯୋଜନାରେ ଚନ୍ଦ୍ର ଏବଂ ଗ୍ରହାଣୁ ଯଥା ପୃଥିବୀ ନିକଟସ୍ଥ ଆଷ୍ଟ୍ରଏଡ, ମଙ୍ଗଳ,ବୃହସ୍ପତିଙ୍କ ଚନ୍ଦ୍ରରୁ ଜଳ ବରଫ ଉତ୍ସକୁ ବ୍ୟବହାର କରିବାକୁ ପରିକଳ୍ପନା କରାଯାଇଛି। ଏପରିକି ପୃଥିବୀ ଚାରିକଡେ ଥିବା ୧୨୨ ଆଷ୍ଟ୍ରଏଡ ରହିଛି ଯାହାକୁ ଆର୍ଥିକ ଖାଦାନ ଭାବେ ବ୍ୟବହାର କରିହେବ।
ଚୀନ ବୈଜ୍ଞାନିକଙ୍କ କହିବାନୁସାରେ ଚୀନ ଏଭଳି ପରିକଳ୍ପନା ବିଶ୍ୱ ମହାକାଶ ଅର୍ଥବ୍ୟବସ୍ଥାକୁ ଉପରକୁ ଉଠାଇବ। ଏହାଦ୍ୱାରା ଚୀନର ଟେକ୍ନୋଲୋଜିରେ ବ୍ୟାପକ ପ୍ରଗତି ଆଣିବ। ମହାକାଶର ଉତ୍ସକୁ ଉପଯୋଗ କରିବା ପାଇଁ ଚୀନ ଯୋଜନା କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଚୀନ ମିଡିଆରେ ନିଦ୍ଦିଷ୍ଟ କାହା ଉପରେ ଗବେଷଣା କରାଯିବ, ଦର୍ଶାଯାଇନାହିଁ।
ଅଧିକ ପଢନ୍ତୁ- ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ L1; ରବିବାର ପ୍ରଥମ କକ୍ଷ ପରିବର୍ତ୍ତନ, ୧୬ ଦିନ ଘୂରିବ ପୃଥିବୀ କକ୍ଷପଥରେ
ଚୀନ ଓ ଜାପାନ ଆଗରେ ସୂର୍ଯ୍ୟ ମିଶନ ଲଞ୍ଚ୍ କରିସାରିଥିଲେବି କିନ୍ତୁ ଏହି ମିଶନ ପୃଥିବୀର କକ୍ଷକୁ ନିରୀକ୍ଷଣ ନିମନ୍ତେ ଉଦ୍ଦିଷ୍ଟ। ବର୍ତ୍ତମାନ ଚୀନର ୨ଟି ସ୍ପେସକ୍ରାପ୍ଟ ପୃଥିବୀ କକ୍ଷ ପଟେ ଘୁରୁଛି। ୨୦୨୨ରେ ଲଞ୍ଚ୍ ହୋଇଥିବା Advanced Space-based Solar Observatory, ଯାହା ସୂର୍ଯ୍ୟଙ୍କ କେନ୍ଦ୍ରରୁ ନିର୍ଗତ ପ୍ଲାଜମା ଓ ଚୁମ୍ବକୀୟ ଶକ୍ତିକୁ ଅନୁଧ୍ୟାନ କରୁଛି। ଅନ୍ୟଟି Hinode mission ଯାହା ଜାପାନ , ଆମେରିକା, ୟୁରୋପର ସ୍ପେସ ଏଜେନ୍ସର ସହାୟତା କ୍ରମେ ପୃଥିବୀର କକ୍ଷ ଓ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ରକୁ ଅନୁଧ୍ୟାନ କରୁଛି।
ଆଦିତ୍ୟ L1କୁ ଲଞ୍ଚ୍ କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ। ଏହି ମିଶନ ସଫଳ ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ତେବେ ଇସ୍ରୋ ଦ୍ୱାରା ସୂର୍ଯ୍ୟ ମିଶନ ଯଦି ସଫଳ ହୁଏ, ତାହାହେଲେ ଭାବେ ସୂର୍ଯ୍ୟଙ୍କ କକ୍ଷରେ ସ୍ପେସ୍କ୍ରାପ୍ଟ ଘୁରିବାର ପ୍ରଥମ ଏସୀୟ ଦେଶ ଭାବେ ସ୍ଥାନିତ ହେବ ଭାରତ।
ସୂର୍ଯ୍ୟକୁ ଅତି ନିକଟରୁ ଅନୁଧ୍ୟାନ କରିବ ଆଦିତ୍ୟ L1 । ଲୈଗ୍ରେଜିୟମ ବିନ୍ଦୁରେ ପହଞ୍ଚିବାକୁ ସ୍ପେସକ୍ରାଫ୍ଟକୁ ୪ମାସରୁ ଅଧିକ ସମୟ ଲାଗିବ । ୫ ବର୍ଷ ଯାଏ କାମ କରିବ ମିଶନ । ଭାରତ ଏହା ପ୍ରଥମ ସୌର ମିଶନ । ପୃଥିବୀ ଠାରୁ ୨୫ ଲକ୍ଷ କିଲୋମିଟର ଦୂରରେ ରହି ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ। ଆଦିତ୍ୟ L1 ମିଶନ ଲାଗି ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଓଜନ ୧୪୫୭ କିଲୋଗ୍ରାମ । PSLV-C57 ଜରିଆରେ ଆଦିତ୍ୟ L1କୁ ଉତକ୍ଷେପଣ କରାଯାଇଛି ।
ସେହିପରି ନାସା ପୂର୍ବରୁ ମଧ୍ୟ ସୂର୍ଯ୍ୟ ମିଶନ କରିସାରିଛି। ୧୯୯୫ରେ ନାସା ଇୟୁରୋପିଆନ ସ୍ପେସ୍ ଏଜେନ୍ସି ଓ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି ସମନ୍ୱୟରେ SOHO ମିଶନ ଆରମ୍ଭ କରିଥିଲା।
ନାସା ଆଗରୁ ସୂର୍ଯ୍ୟଙ୍କ ବିଭିନ୍ନ ଉପରେ ସଫଲତା ହାସଲ କରିଛି। ୧୯୯୭ ଅଗଷ୍ଟରେ Advanced Composition Explorer (ACE), ୨୦୦୬ରେ Solar Terrestrial Relations Observatory(STEREO), ୨୦୧୦ରେ Solar Dynamics Observatory ଓ Interface Region Imaging Spectrograph (IRIS) ମିଶନ ସଫଳତା ଦେଇଥିଲା। ୨୦୧୮ ମସିହା ନାସା ପାଇଁ ଆଣିଦେଇଥିଲା ବଡ଼ ସଫଳତା। ନାସା ଲଞ୍ଚ କରିଥିବା Parker Solar Probe ହିଁ ପ୍ରଥମ ସ୍ପେସକ୍ରାପ୍ଟ, ଯିଏ ସୂର୍ଯ୍ୟଙ୍କୁ ଛୁଇଁଥିଲା।