ଭୁବନେଶ୍ୱର ୦୩/୦୬: ରାଜ୍ୟର ସମସ୍ତ ତିରିଶଟି ଜିଲ୍ଲାର ସମାନୁପାତିକ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଅଦିନିଆ ବର୍ଷାରେ କ୍ଷୟକ୍ଷତି ପାଇଁ ସରକାର ପ୍ରଥମ ଥର ସହାୟତାର ବ୍ୟବସ୍ଥା କରିଛନ୍ତି । ଲକ୍ଷପତି ଦିଦି ବନାଇବାରେ ଓଡିଶା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଶିକ୍ଷା କ୍ଷେତ୍ରରେ, ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ଶିକ୍ଷାନୁଷ୍ଠାନରେ କୋଡିଏ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ନିଯୁକ୍ତି ରାଜ୍ୟ ସରକାରଙ୍କ ବଡ ଉପଲବ୍ଧି ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ସାତ ହଜାର ପଞ୍ଚାୟତରେ ସାତ ହଜାର ମଡେଲ ସ୍କୁଲ ନିର୍ମାଣ କରାଯିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ମାଧୋସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆୟୁଷ୍ମାନ ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି । ସତୁରୀ ବର୍ଷରୁ ଅଧିକ ବୟସର ଜନସାଧାରଣଙ୍କୁ ଆୟୁଷ୍ମାନ ବୟୋବନ୍ଦନ ଯୋଜନାରେ ସାମିଲ କରାଯାଇଛି ।
ଶ୍ରମିକ, ବୟସ୍କ ନାଗରିକ ଓ ଶାରୀରିକ ଅକ୍ଷମ ଙ୍କର ଭତ୍ତା ବୃଦ୍ଧି କରାଯାଇଛି । ମେକ ଇନ କନକ୍ଲେଭ ମାଧ୍ୟମରେ ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ସରକାରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ, ନଅ ମାସରେ ସତେଇଶ ହଜାର ଚାକିରୀ ଦିଆଯାଇଛି। ଆଗାମୀ ପାଞ୍ଚ ବର୍ଷରେ ସରକାର ଦେଢ ଲକ୍ଷ ସରକାରୀ ଚାକିରୀ ଦେବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଅନ୍ତଦ୍ୟୋୟ ଗୃହ ଯୋଜନାରେ ଘର ଯୋଗାଇ ଦିଆଯିବ । ସେହିଭଳି କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ସତାବନ କୋଟି ଟଙ୍କାର ବୋନସ ଘୋଷଣା କରିଛନ୍ତି । ତୋଳାଳୀ ଓ ବନ୍ଧାଳୀ ମାନଙ୍କ ଜୋତା, ଛତା, ଟୋପି, ମଶାରୀ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ଘୋଷଣା । ଦେବଗଡ ଜିଲ୍ଲାକୁ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବେ ଗଠନ କରାଯିବ ।
ସୂଚନା ଥାଉକି, ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସେ ।
ଜିଲ୍ଲା ମୁଖ୍ୟାଳୟରେ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଉଦ୍ଘାଟିତ କରାଯାଇଛି । ତେବେ ଏହି ଅବସରରେ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏମିତି ହେଲେ ଉପକୃତ ହେବେ ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳି ।
ଏହି ଅବସରରେ ସେ କହିଛନ୍ତି ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଦେବଗଡକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ । ଦେବଗଡ ଗସ୍ତରେ ଯାଇ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି କହିଛନ୍ତି ଆଗାମୀ ଦିନରେ ଦେବଗଡ ଆସି ଗୋଟିଏ ଦିନ ରହଣୀ କରିବି।