ନୂଆଦିଲ୍ଲୀ ୫।୭: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏକ ରାୟରେ ଅଭିଯୋଗକାରୀଙ୍କ ଅଭିଯୋଗର ସତ୍ୟାପନ ଲାଗି ନାର୍କୋ, ପଲିଗ୍ରାଫ ଟେଷ୍ଟ ଅଥବା ବ୍ରେନ ମ୍ୟାପିଙ୍ଗ ଲାଗି ଚାପ ପକା ଯାଇ ପାରିବନି ବୋଲି କହିଛନ୍ତି। ଏହି କାମ ତଦନ୍ତକାରୀ ଏଜେନ୍ସୀଙ୍କର ଓ ସତ କିପରି ସାମ୍ନାକୁ ଆସିବ ତାହା ତଦନ୍ତକାରୀ ସଂସ୍ଥାଙ୍କୁ ଭଲ ରୂପେ ଜଣା ବୋଲି କୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଏ ନେଇ ଦାଖଲ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି।
୩ ଜୁଲାଇ ଥିଲା ବିଶ୍ୱର ସବୁଠୁ ଉଷ୍ମ ଦିନ: NOAA
ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି ଆଇନ ସେହି ବ୍ୟକ୍ତିଙ୍କୁ ଉପଚାରାତ୍ମକ ଉପାୟ ମଧ୍ୟ ଦେଇଛି। ତେବେ କୋର୍ଟ ତଦନ୍ତରେ ହସ୍ତକ୍ଷେପ କରିପାରିବେ ନାହିଁ ଓ ଏହି ପୁରା ବିଷୟ ତଦନ୍ତକାରୀ ସଂସ୍ଥାଙ୍କ ଉପରେ ନ୍ୟସ୍ତ ବୋଲି କହିଛନ୍ତି।
{"id":813063,"width":838,"height":629,"sizeSlug":"full","linkDestination":"none"}ପୀଠ କହିଛନ୍ତି ଯେ ସମ୍ବିଧାନ ଅଭିଯୁକ୍ତଙ୍କ ଲାଗି ବିଶେଷ ବ୍ୟବସ୍ଥା କରିଛି। ଅଭିଯୋଗ ମିଥ୍ୟା ହୋଇଥିଲେ ଆଇନରେ ଅନ୍ୟ ଉପଚାରାତ୍ମକ ଉପାୟ ମଧ୍ୟ ରହିଛି। ଏଣୁ ଉପରୋକ୍ତ ତଥ୍ୟକୁ ଦେଖି ନିଶ୍ଟିତ ରୂପେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଅଭିଯୋଗକାରୀଙ୍କ ମିଛ ଜାଣିବା ପାଇଁ ତାଙ୍କର ବ୍ରେନ ମ୍ୟାପିଙ୍ଗ, ପଲିଗ୍ରାଫ, ନାର୍କୋ ଆନାଲିସିସ ଅଥବା ଲାଇ ଡିଟେକ୍ଟର ଯାଞ୍ଚ ଲାଗି ବାଧ୍ୟ କରାଯାଇ ପାରିବନି। ଏହି ପୀଠରେ ମୁଖ୍ୟ ନ୍ୟାୟାଧୀଶଙ୍କ ବ୍ୟତୀତ ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ ମଧ୍ୟ ଥିଲେ।
SCO ସମ୍ମିଳନୀରେ ଭାଷାଗତ ବାଧା ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଜୋର୍, ଉପସ୍ଥାପନ କଲେ ଭାରତର ‘ଭାଷିନୀ’
କୋର୍ଟ କହିଛନ୍ତି ଯେ ବ୍ରେନମ୍ୟାପିଙ୍ଗ, ନାର୍କୋ, ପଲିଗ୍ରାଫ ଓ ଲାଇଡିଟେକ୍ଟର ଆଦି ଯାଞ୍ଚର ବିଶ୍ୱସନିୟତା ଉପରେ ଏବେବି ତର୍କ ଜାରି ରହିଛି। ଏଥିରେ କୋର୍ଟ ଅଧିକାରୀମାନଙ୍କୁ ଅଭିଯୋଗର ସତ୍ୟତା ଜାଣିବା ଲାଗି ଯାଞ୍ଚ କରିବା ନିମନ୍ତେ ଆଦେଶ ଗୃହୀତ କରିପାରିବେ ନାହିଁ। କୋର୍ଟ କହିଛନ୍ତି ଯେ ଯଦି ଏହି ଆବେଦନକୁ ସ୍ୱୀକାର କରାଯାଏ ତେବେ ଅଭିଯୋଗକାରୀଙ୍କୁ ଆହୁରି ଆପମାନର ସମ୍ମୁଖୀନ ହେବାକୁ ପଡିବ। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଯେଉଁମାନଙ୍କ ସଂରକ୍ଷଣ ପାଇଁ ଦଣ୍ଡବିଧି ସଂହିତାରେ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।