ଜୟପୁର: ରାଜସ୍ଥାନ କୋଟପୁତଲୀରେ ‘ଅପରେସନ ଚେତନା’ । କେରତପୁରା ଗାଁର ତିନି ବର୍ଷୀୟା ଚେତନାକୁ ବୋରଓ୍ବେଲରୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ରେସକ୍ୟୁ ଟିମ୍ । ପ୍ରାୟ ୭୦ ଘଣ୍ଟା ହେଲା ଅପରେସନ ଜାରି ରହିଛି । ଏନଡିଆର୍ଏଫ ଏବଂ ଏସଡିଆର୍ଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ଲାନ-A ଏବଂ ପ୍ଲାନ-Bରେ ଆଧାରରେ କୁନି ଝିଅକୁ ଉଦ୍ଧାର ପାଇଁ ଲାଗିପଡ଼ିଛି । ମାତ୍ର ପ୍ଲାନ-Aରେ ଏଯାଏ ସଫଳତା ମିଳିନଥିବାରୁ ଉଦ୍ଧାରକାରୀ ଦଳ ପ୍ଲାନ୍-B ଆରମ୍ଭ କରିଛି ।
୧୭୦ ଫୁଟ୍ ବୋରଓ୍ବେଲରେ ଖସିପଡ଼ିଥିବା ତିନି ବର୍ଷୀୟା ଚେତନା ନିକଟରେ ପହଞ୍ଚିବାକୁ ଉଦ୍ୟମ ଜାରି ରହିଛି । ରେସକ୍ୟୁ ଟିମ୍ ପାଇଲିଂଗ ମେସନ ବୋରଓ୍ବେଲକୁ ଲାଗି କରି ଏକ ସମାନ୍ତରଳ କୂଅ ଖୋଳିବାରେ ଲାଗି ପଡ଼ିଛି । ସେଥିରେ ଏକ ନୂଆ ପାଇପ୍ ବିଛା ଯାଉଛି । ଏହି ଲୁହା ପାଇପ୍ ଜରିଆରେ ଏକ ମାଇନର ସୁଡ଼ଙ୍ଗ କରାଯାଇ ଚେତନାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛି ରେସକ୍ୟୁ ଟିମ୍ । ଗୁରୁବାର ସକାଳ ସୁଦ୍ଧା ୧୬୦ ଫୁଟ୍ ବୋରଓ୍ବେଲ ଖୋଳାଯାଇଥିଲା । କୋଟପୁତଲି ଜିଲ୍ଲାପାଳ କଳ୍ପନା ଅଗ୍ରଓ୍ବାଲ ଘଟଣାସ୍ଥଳରେ ପହଞ୍ଚି ପୂର ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଶୀଘ୍ର କୁନି ଝିଅକୁ ବୋରଓ୍ବେଲ ଭିତରକୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି । ଡିସେମ୍ବର ୨୩ ତାରିଖରେ କୁନି ଝିଅ ଚେତନା ବୋରଓ୍ବେଲ ଭିତରେ ପଡ଼ିଯାଇଥିଲେ ।