ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ମତଦାନ ହୋଇଥିବା ମୋଟ ବୈଧ ଭୋଟ ମଧ୍ୟରୁ ୬୩ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି ୬ଟି ରାଜନୈତିକ ଦଳ। ଏହି ୬ ଦଳ ହେଲେ- ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସପି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) [ସିପିଆଇ (ଏମ୍)], ଆମ୍ ଆଦମୀ ପାର୍ଟି (ଏଏପି) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)।
ଗୁରୁବାର ଦିନ ନିର୍ବାଚନ ଆୟୋଗ (ଇସି) ଦ୍ୱାରା ଜାରି ପରିସଂଖ୍ୟାନ ତଥ୍ୟ ଅନୁଯାୟୀ ୬ ଟି ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳ ବ୍ୟତୀତ ୪୭ଟି ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ଦଳ ଏବଂ ୬୯୦ ଟି ପଞ୍ଜୀକୃତ, ସ୍ୱୀକୃତି ପାଇନଥିବା ରାଜନୈତିକ ଦଳ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତଥ୍ୟ ଅନୁସାରେ, ୩,୯୨୧ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବା ବେଳେ,ସେମାନଙ୍କ ମଧ୍ୟରୁ ମାତ୍ର ୭ ଜଣ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୭୯ ମହିଳା। ଏହା ବାଦ ୩,୯୦୫ ସ୍ୱାଧୀନ ପ୍ରାର୍ଥୀଙ୍କ ତାଲିକା ଖାରଜ ହୋଇଛି। ମୋଟ ବୈଧ ଭୋଟରୁ ସେମାନଙ୍କର ଭୋଟ୍ ଅଂଶ ୨.୭୯ ପ୍ରତିଶତ।
ତେବେ ୨୦୨୪ରେ ନିର୍ବାଚନରେ ନୋଟାରେ କମ୍ ଭୋଟ ପଡ଼ିଛି। ୨୦୧୯ରେ ୧.୦୬ ପ୍ରତିଶତ ନୋଟା ଭୋଟ୍ ପଡ଼ିଥିଲା। ୨୦୨୪ରେ ୬୩,୭୧,୮୩୯ ବା ୦.୯୯ ପ୍ରତିଶତ ଭୋଟ୍ ପଡ଼ିଛି। ସେହିପରି ୨୦୧୯ ୨୦୧୯ରେ ରେ ୯୧୧.୯ ନିୟୁତ ଭୋଟର ପଞ୍ଜୀକୃତ ହୋଇଥିଲେ। ହେଲେ ଏଥର ୯୭୯.୭ ମିଲିୟନରୁ ଅଧିକ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୭.୪୩ ପ୍ରତିଶତ ବୃଦ୍ଧି ହୋଇଛି। ପଞ୍ଜିକୃତ ହୋଇଥିବା ଭୋଟରଙ୍କ ମଧ୍ୟରୁ ୬୪୬.୪ ମିଲିଅନ ୨୦୨୪ ନିର୍ବାଚନରେ ଭୋଟ ଦେଇଥିବା ବେଳେ ୨୦୧୯ରେ ଦେଇଥିଲେ ୬୧୪ ମିଲିଅନ।