ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ବିନ୍ଧାଣୀଙ୍କ ଦେହାନ୍ତ । ୯୨ ବର୍ଷ ବୟସରେ ଡ. ମନମୋହନ ସିଂହଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ବ ଶୋକ ପ୍ରକାଶ କରିଛି । ସେ ଥିଲେ ଅତ୍ୟନ୍ତ ଶାନ୍ତ, ବିନମ୍ର ଏବଂ ଅତି ସରଳ ଶୋଭାବର ବ୍ୟକ୍ତ । ପ୍ରଧାନମନ୍ତ୍ରୀ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ସେ ସ୍ବତନ୍ତ୍ର ପରିଚୟ ପାଇଛନ୍ତି । ତାଙ୍କ ସମୟରେ ଅନେକ ଡିଲ୍ ହୋଇଛି । ସେଥିମଧ୍ୟରୁ ଭାରତ-ଆମେରିକା ନ୍ୟୁକ୍ଲିୟର ବୁଝାମଣା ଅନ୍ୟତମ । ମାତ୍ର ଡିଲ୍ ପୂର୍ବରୁ ୨୦୦୫ ମସିହା ଜୁଲାଇ ୧୮ ତାରିଖ ରାତିର ଘଟଣା ଜାଣିବା ନିଆତି ଜରୁରୀ । କୌଣସି ନିଷ୍ପତ୍ତିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋଲ୍ଡ ଅନ୍ଦାଜ୍ ଅନୁମେୟ କରିହୁଏ ।
୧୯୭୪ରେ ରାଜସ୍ଥାନର ପୋଖରାଣରେ ଦେଶ ପ୍ରଥମ ପରମାଣୁ ପରୀକ୍ଷଣ ପରେ ଆମେରିକା ଓ ଭାରତ ମଧ୍ୟରେ ତିକ୍ତତା ବଢ଼ିଥିଲା । ମାତ୍ର ୨୦୦୪ ମେ’ ମାସରେ ଡ. ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ସମୟରେ ସେ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କକୁ ସୁଧାରିବାରେ ପ୍ରୟାସ କରିଥିଲେ । ଜୁଲାଇ ୨୦୦୫ରେ ଡ. ମନମୋହନ ସିଂହ ଆମେରିକା ଗସ୍ତରେ ଯାଇଥିଲେ । ମନମୋହନ ସିଂହ ଏବଂ କଣ୍ଡୋଲିଜା ରାଇସ୍ ଏହି ଡିଲର ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ଥିଲେ । ୨୦୦୫ ଜାନୁଆରୀରେ କଣ୍ଡୋଲିଜା ରାଇସ୍ ଆମେରିକାର ବିଦେଶ ମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ଡ. ମନମୋହନ ସିଂହଙ୍କ ସହିତ ମିଟିଂ ବେଳେ ଆମେରିକା ବିଦେଶମନ୍ତ୍ରୀ ଭାରତ ସହ ନ୍ୟୁକ୍ଲିୟର ଡିଲକୁ ନିଜ ଏଜେଣ୍ଡାରେ ସାମିଲ୍ କରିଥିଲେ । ଡିଲର କିଛି ଦିନ ମଧ୍ୟରେ ଅର୍ଥାତ୍ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିଥିଲେ କଣ୍ଡୋଲିଜା ରାଇସ୍ ।
ନ୍ୟୁକ୍ଲିୟର ଡିଲ୍ ଉପରେ ଗୋଟିଏ ମାସ ବୁଝାମଣା ପରେ ମନମୋହନ ସିଂହ ୨୦୦୫ ଜୁଲାଇ ୧୭ ତାରିଖରେ ଆମେରିକା ଗସ୍ତରେ ଯାଇଥିଲେ । ଏହି ଗସ୍ତରେ ତାଙ୍କ ସହିତ ପ୍ରତିନିଧି ମଣ୍ଡଳ ଥିଲେ । ସେଠାରା ଆମେରିକା ରାଷ୍ଟ୍ରପତି ଜର୍ଜ ବୁସଙ୍କ ସହିତ ଆଲୋଚନା ପରେ ନ୍ୟୁକ୍ଲିୟର ଡିଲ୍ରେ ଅନ୍ତିମ ମୋହର ଲାଗିଥିଲା । ଦେଶର ସ୍ବାର୍ଥ ପାଇଁ ନିଜ ସରକାରକୁ ବନ୍ଧା ପକାଇବାକୁ ପଛେଇ ନଥିଲେ ମନମୋହନ ସିଂହ ।