କ’ଣ କରୁଛନ୍ତି ମନମୋହନ ସିଂହଙ୍କ ୩ ଝିଅ? ନିଜ ପାଇଁ ସୃଷ୍ଟି କରିଛନ୍ତି ନିଜ ପରିଚୟ

Published By : Prameya-News7 Bureau | December 27, 2024 IST

ନୂଆଦିଲ୍ଲୀ ୨୭।୧୨: ଆପଣ ଜାଣନ୍ତିକି ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରରେ କିଏ ସବୁ ଅଛନ୍ତି, ପରିବାରର ସଦସ୍ୟ କଣ କରନ୍ତି, ପରିବାର ସଦସ୍ୟ ମନମୋହନଙ୍କ ପୋଜିସନର କେବେ ଫାଇଦା ନେଇଛନ୍ତି କି? ତେବେ ଜାଣନ୍ତୁ ଡ.ମନମୋହନ ସିଂହଙ୍କର ୩ ଝିଅ ଓ ପତ୍ନୀ ଅଛନ୍ତି। ଝିଅମାନେ ପାଠ ପଢିବା ପରେ ନିଜ ପାଇଁ ଅଲଗା ଅଲଗା ବୃତ୍ତି ବାଛିଥିଲେ ଓ ସେମାନେ ନିଜନିଜ କାମରେ ନିଜ ପାଇଁ ଖାସ ସ୍ଥାନ ସୃଷ୍ଟି କରିପାରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଶିକ୍ଷାବିଦ୍ ହୋଇଥିବା ବେଳେ ଜଣେ ଐତିହାସିକ ଓ ଆଉ ଜଣେ ଲେଖକ ଅଟନ୍ତି। 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କର ୩ ଝିଅ ଉପିନ୍ଦର ସିଂହ, ଦମନ ସିଂହ ଓ ଅମୃତ ସିଂହ। ଏମାନେ ପ୍ରତ୍ୟେକ ନିଜନିଜ କ୍ଷେତ୍ରରେ ସଫଳ  କ୍ୟାରିୟର ଗଢିଛନ୍ତି।   ଉପିନ୍ଦର ସିଂହ ଜଣେ ଐତିହାସିକ ହୋଇଥିବା ବେଳେ ଅଶୋକା ବିଶ୍ୱବିଦ୍ୟାଳୟରେ ଡିନ୍ ଅଛନ୍ତି। ସେ ଦିଲ୍ଲୀ ସେଣ୍ଟ ଷ୍ଟିଫନ କଲେଜରୁ ଉତୀର୍ଣ୍ଣ ହୋଇଥିବା ବେଳେ ମ୍ୟାକଗିଲ ବିଶ୍ୱବିଦ୍ୟାଳୟ ମଣ୍ଟ୍ରିୟେଲରୁ ଡିଗ୍ରି ପ୍ରାପ୍ତ କରିଛନ୍ତି। ଉପିନ୍ଦର ପ୍ରାଚୀନ ଭାରତୀୟ ଇତିହାସରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ଏହା ଉପରେ ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। 

ତାଙ୍କୁ ହାଭାର୍ଡ ଓ କେମ୍ବ୍ରିଜ୍ ଭଳି ଶିକ୍ଷାନୁଷ୍ଠାନରୁ ଫେଲୋସିପ୍ ମିଳିଛି। ତାଙ୍କୁ ୨୦୦୯ ମସିହାରେ ସାମାଜିକ ବିଜ୍ଞାନରେ ଇନଫୋସିସ୍ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡ. ମନମୋହନ ସିଂହଙ୍କ ଦ୍ୱିତୀୟ କନ୍ୟା ଦମନ ସିଂହ ଜଣେ ଲେଖିକା। ଦମନଙ୍କୁ ତାଙ୍କ ସଂସ୍ମରଣ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ ଗୁରୁଶରଣ’ ଲାଗି ଜଣାଯାଏ। ତାଙ୍କ ରଚିତ ଏହି ପୁସ୍ତକ ପିତା ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେମାନଙ୍କ ପାରିବାରିକ ଜୀବନର ସୂଚନା ଦିଏ। 

ଦମନ ପରିବେଶ ପ୍ରସଙ୍ଗ ସହିତ ବିଭିନ୍ନ ବିଷୟରେ ପୁସ୍ତକ ରଚନା କରିଛନ୍ତି। ଦମନଙ୍କ ବିବାହ ଓଡିଆ ଆଇପିଏସ୍ ଅଫିସର ଅଶୋକ ପଟ୍ଟନାୟକଙ୍କ ସହିତ ହୋଇଛି ଓ ତାଙ୍କର ପୁଅଟିଏ ମଧ୍ୟ ଅଛି। ସେହିପରି ତୃତୀୟ କନ୍ୟା ଅମୃତ ସିଂହ ପେଷାରେ ଜଣେ ମାନବାଧିକ ଓକିଲ ଓ ଶିକ୍ଷାବିଦ୍। ସେ ଆମେରିକା ସିଭିଲ ଲିବର୍ଟିଜ୍ ୟୁନିୟନ (ଏସିଏଲୟୁ)ର ଷ୍ଟାଫ ଆଟର୍ଣ୍ଣି ସାଙ୍ଗକୁ ଷ୍ଟାନଫୋର୍ଡ ଲ ସ୍କୁଲରେ ଆଇନର ପ୍ରଫେସର ମଧ୍ୟ ଅଛନ୍ତି। ୩ ଝିଅ ନା କେବଳ ନିଜ ପିତାଙ୍କ ଉତ୍ତରାଧିକାରକୁ କାୟମ ରଖିଛନ୍ତି ବରଂ ଶିକ୍ଷା, ସାହିତ୍ୟ ଓ ମାନବାଧିକାର ଓକିଲାତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗାଦନ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.