ମୁମ୍ଵାଇ ୨୮।୧୨; ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ହୋଇଛି। ଆଜି ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବ। ତେବେ ମନମୋହନ ସିଂହଙ୍କ ପାଇଁ ଅଲଗା ଏକ ସ୍ମାରକସ୍ଥଳ ନିର୍ମାଣ କରିବା ପାଇଁ କଂଗ୍ରେସ ଦାବି କରିଛି। ଏହାକୁ ନେଇ ବର୍ଷିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି।
ଶର୍ମିଷ୍ଠା କହିଛନ୍ତି ଯେ, ଯେତେବେଳେ ତାଙ୍କ ବାପା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କୌଣସି ଶୋକସଭା ଆୟୋଜନ କରିନଥିଲା। କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ବୈଠକ ମଧ୍ୟ ଡ଼କା ଯାଇନଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା କହିଥିଲେ ଯେ, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଶୋଭସଭା ଆୟୋଜିତ ହୁଏ ନାହିଁ। 'ମୁଁ ମୋ ବାପାଙ୍କ ହାତ ଲେଖା ଡାଏରୀ ପଢ଼ିଛି।
When baba passed away, Congress didnt even bother 2 call CWC 4 condolence meeting. A senior leader told me it’s not done 4 Presidents. Thats utter rubbish as I learned later from baba’s diaries that on KR Narayanan’s death, CWC was called & condolence msg was drafted by baba only https://t.co/nbYCF7NsMB
— Sharmistha Mukherjee (@Sharmistha_GK) December 27, 2024
ଏଥିରେ ଯେତେବେଳେ ଭାରତର ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ସିଡବ୍ଲୁସି ତରଫରୁ ବୈଠକ ବସିଥିଲା। ବାପା ପ୍ରଣବ ମୁଖାର୍ଜୀ ଶୋକ ସନ୍ଦେଶ ପ୍ରସ୍ତୁତ କରିଥିଲେ।' ଏହାବ୍ୟତୀତ ସିଆର୍ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା । କାହିଁକି ନା ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି।