କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଦୁଇ ଦିନିଆ ଗସ୍ତରେ ଆସିଥାଆନ୍ତେ

Published By : Prameya-News7 Bureau | December 27, 2024 IST

ଭୁବନେଶ୍ବର ୨୭।୧୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ଶାହଙ୍କ ଗସ୍ତ ସ୍ଥଗିତ ହୋଇଥିବା ଜଣାପଡ଼ିଛି । ଶନିବାର ଭୁବନେଶ୍ବର ଆସିଥାଆନ୍ତେ ଅମିତ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହ । 

ସୂଚନାଯୋଗ୍ୟ ଯେ, ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିଥାଆନ୍ତେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସାମିଲ ହୋଇଥାଆନ୍ତେ । ଭିସି ମାଧ୍ୟମରେ ଅମିତ ଶାହ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସେହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହ-ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା । ଏହାପରେ ୨୯ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତ ବେଳେ ସମ୍ବଲପୁର ଗସ୍ତ ନଥିଲା ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଥିଲେ । 

You Can Read:

ଜିରୋ ନାଇଟ୍‌ର ଆଳରେ ଚୋରା ମଦ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ : ଆଇନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.