ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି । ଦିଲ୍ଲୀ ଏମ୍ସରେ ଗୁରୁବାର ରାତି ୯.୫୧ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୁଇ ଥରର ପ୍ରଧାନମନ୍ତ୍ରୀ ଏବଂ ଜଣେ ମହାନ ଅର୍ଥନୀତିଜ୍ଞଙ୍କୁ ହରାଇ ସାରା ଦେଶ ଶୋକାକୂଳ ହୋଇଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ନିଜକୁ ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ଏବଂ ଆକ୍ସିଡେଣ୍ଟାଲ ଅର୍ଥମନ୍ତ୍ରୀ କହୁଥିଲେ । ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବଳ ଆକସ୍ମିକ ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ଆକ୍ସିଡେଣ୍ଟାଲ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ । ୨୦୧୯ ରେ 'ଚେଜିଂ ଇଣ୍ଡିଆ' ପୁସ୍ତକ ଉନ୍ମୋଚନ ପରେ ମିଡିଆକୁ ସେ କହିଥିଲେ, 'ମୁଁ ଦେଶର ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ଭାବରେ ଜଣାଶୁଣା, କିନ୍ତୁ ମୁଁ ଭାବୁଛି ଯେ ମୁଁ ଜଣେ ଆକ୍ସିଡେଣ୍ଟାଲ ଅର୍ଥମନ୍ତ୍ରୀ ମଧ୍ୟ।' ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ସାକ୍ଷାତକାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଖୋଲାଖୋଲି ଭାବରେ ନିଜର ମତ ରଖିଥିଲେ । ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ହେବାର କାହାଣୀ ବର୍ଣ୍ଣନା କରି ସେ କହିଥିଲେ, ‘ଯେତେବେଳେ ସେ ମୋତେ ଅର୍ଥମନ୍ତ୍ରୀ କରିବାକୁ ଚାହୁଁଥିଲେ, ମୁଁ ସବୁଦିନ ପରି UGCର ମୋ ଅଫିସରେ ବସିଥିଲି । ସେ ମୋତେ ମୋତେ ପରାରିଲେ ତୁମେ କେଉଁଠାରେ ? ମୁଁ ଉତ୍ତର ଦେଲି ଯେ ମୁଁ ମୋ ଅଫିସରେ ବସିଛି । ତା’ପରେ ତାଙ୍କର ଉତ୍ତର ଆସିଲା, ତୁମେ ମନ୍ତ୍ରୀ ଭାବରେ ଶପଥ ନେବ । ପୂର୍ବତନ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ମୁଁ ସେତେବେଳେ ଏହାକୁ ଗୁରୁତର ସହ ନେଇ ନଥିଲି।‘
Also read: ଉଦାରୀକରଣ, ଆଧାର, ମନରେଗା, RTI...ଆଧୁନିକ ଭାରତ ପାଇଁ ମନମୋହନ ସିଂହଙ୍କ ଅବଦାନ