ଏହା ବିଭ୍ରାଟ ନୁହେଁ ମହାବିଭ୍ରାଟ, ସତେ ଯେପରି ମାରକ ଦଶା ପଡିଛି

Published By : Prameya-News7 Bureau | June 29, 2025 IST

ଭୁବନେଶ୍ବର ୨୯।୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ତଦନ୍ତକାରୀ କମିଟି ଗଠନ । ପିସିସି ସଭାପତି ଭକ୍ତ ଚରଣ ଦାସ ଗଠନ କଲେ ୪ ଜଣିଆ ତଦନ୍ତକାରୀ କମିଟି ଗଠିତ ହୋଇଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ କମିଟି । ଏହି କମିଟିରେ ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ ଓ ନଗେନ୍ଦ୍ର ପ୍ରଧାନ ସାମିଲ ଅଛନ୍ତି । ଏହି ଟିମ୍ ପୁରୀ ଅଭିମୁଖେ ବାହାରିଛନ୍ତି । ଆହତ ମାନଙ୍କୁ ଭେଟିବା ସହ ଘଟଣାସ୍ଥଳକୁ ଯିବେ । 

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଏହା ବିଭ୍ରାଟ ନୁହେଁ ମହାବିଭ୍ରାଟ । ସତେ ଯେପରି ମାରକ ଦଶା ପଡିଛି । କାର୍ଯ୍ୟରତ ଜିଲ୍ଲା ଦୌରାଜଜଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେଉ । ନ ହେଲେ ବଳଭଦ୍ର ପଡିବା ତଦନ୍ତ ରିପୋର୍ଟ ପରି ଏହା ବି ଜଣାପଡିବ ନାହିଁ ବୋଲି ସେ କହିଛନ୍ତି ।

You Can Read:

ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଲେ ରାଜ୍ୟ ସରକାର


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.