ଭୁବନେଶ୍ୱର, ୧୬/୦୭: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ଶୋକ ପ୍ରକାଶ କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସେ ବୁଧବାର ଅର୍ଥାତ୍ ଆଜି ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । ହ୍ବାଟ୍ସ ଆପ୍ରେ ଭିଡିଓ କଲ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଏଭଳି ଏକ ଦୁଃଖଦ ସମୟରେ ଦୃଢ଼ମନା ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ଜାରି ରହିବ । ଏ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତମାନଙ୍କୁ କାଠ ଗଡ଼ାକୁ ଟଣାହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି ।
୧୪ ଦିନର ସଂଗ୍ରହ ପରେ ସୋମବାର ରାତିରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ ବିଶି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଗତକାଲି ଅର୍ଥାତ୍ ମଙ୍ଗଳବାର ପୈତୃକ ଗାଁ ପଳାସିଆରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ଭାଇ ମୁଖାଗ୍ନୀ ଦେଇ ଉଭଣୀ ରାକ୍ଷୀର ଋଣ ସୁଝିଛନ୍ତି ।
ओडिशा के बालेश्वर में इंसाफ की लड़ाई में जान गंवाने वाली बहादुर बेटी के पिता से बात की। उनकी आवाज़ में बेटी का दर्द, सपना और संघर्ष सब महसूस किया।
— Rahul Gandhi (@RahulGandhi) July 16, 2025
उन्हें भरोसा दिलाया कि कांग्रेस पार्टी और मैं हर कदम पर उनके साथ हैं। जो हुआ वह अमानवीय और शर्मनाक ही नहीं, पूरे समाज का ज़ख्म है।…
ସୌମ୍ୟାଶ୍ରୀ ବିଶି ଫକୀରମୋହନ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ । ସେ ଉକ୍ତ ବିଭାଗର ଏଚଓଡ଼ି ସମୀର କୁମାର ସାହୁ ଦ୍ବାରା ଶୋଷଣର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ । ଶରୀର ଲୋଭୀ ସାର୍ ତାଙ୍କୁ ବାରମ୍ବାର ‘ଫେବର’ ମାଗୁଥିଲେ ବୋଲି କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।
ପ୍ରିନ୍ସିପାଲ ଏଚଓଡିଙ୍କ ବିରୋଧରେ ଆକ୍ସନ ନେବା ବଦଳରେ ଘଟଣାକୁ ଚାପି ଦେଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ସହଜରେ ହଜମ କରିପାରିନଥିଲେ ସୌମ୍ୟାଶ୍ରୀ । ସଂଗ୍ରାମ ଜାରି ରଖି, ଏନେଇ ବାଲେଶ୍ବର ଏସପି, ସାଂସଦ ଏବଂ ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ।
ହେଲେ କୌଣସି ସ୍ଥାନରୁ ନ୍ୟାୟ ନମିଳିବାରୁ ନିରାଶ ହୋଇ ଆତ୍ମାହୁତି ଦେଇଥିଲେ । କଲେଜ୍ କ୍ୟାମ୍ପସରେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ । ସୋମବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ....