କଂଗ୍ରେସର ବାରମ୍ବାର ଆନ୍ଦୋଳନ ପରେ ବି ସରକାର ହେଜୁ ନାହାନ୍ତି, ଏସ୍‌ପିଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ବଳଙ୍ଗା ନାବାଳିକା ପୋଡି ଘଟଣାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ପୋଲିସ ନେତାନେତ୍ରୀଙ୍କ ହାତବାରିସି ସାଜିଥିବା ଅଭିଯୋଗ କରିଛି କଂଗ୍ରେସ । ବାଇକ୍‌ରେ ଟେକି ନେଇ ପୀଡ଼ିତାଙ୍କୁ ପୋଡ଼ିଦେଲେ । ଦୁଇ ସପ୍ତାହ ସଂଘର୍ଷ ପରେ ପୀଡିତ ଆଖି ବୁଜିଲେ । ମୃତ୍ୟୁ କାଳୀନ ଜମାନବନ୍ଦୀ ଯେତେବେଳେ ପଦାକୁ ଆସୁଛି ପୋଲିସ ଧମକ ଦେଉଛି । ସାମାଜିକ ଗଣମାଧ୍ୟମରେ ଯେଉଁମାନେ ପ୍ରଘଟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଇଛି । ମୃତ୍ୟୁକାଳୀନ ଜମାନବନ୍ଦୀ ସତ କି ମିଛ ଲୋକଙ୍କର ଜାଣିବାର ଅଧିକାର ଅଛି । ତେଣୁ ଏହି ଭିଡ଼ିଓର ସ୍ପଷ୍ଟତା ନ ଆଣି ପୋଲିସ ଧମକ ଦେଉଛି ବୋଲି କଂଗ୍ରେସ କହିଛି । ଏହି ଘଟଣାରେ ପୋଲିସ ବାରମ୍ବାର ବୟାନ ବଦଳାଇଛନ୍ତି । ଯେଉଁମାନେ ତଦନ୍ତ ପରିସରକୁ ଆସିବା କଥା ସେମାନଙ୍କୁ କାହିଁକି ପରିସରଭୁକ୍ତ କରାଯାଉ ନାହିଁ । 

ଘଟଣା ଘଟିଥିବା ଅଞ୍ଚଳ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ । ସ୍ଥାନୀୟ ଆଇଆଇସି କାହିଁକି ଗ୍ରାମବାସୀଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ନେତା ନେତ୍ରୀଙ୍କ ଇଙ୍ଗିତରେ ପୋଲିସ ପରିଚାଳିତ ହେଉଛି । କଂଗ୍ରେସର ବାରମ୍ବାର ଆନ୍ଦୋଳନ ପରେ ବି ସରକାର ହେଜୁ ନାହାନ୍ତି । ଏସ୍‌ପିଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ । 

ସେପଟେ ଦୁଃଖୀରାମ ସେନାପତି ନିଖୋଜ । ସେ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କଲା କଂଗ୍ରେସ । ଦୋଷୀଙ୍କୁ ଘଣ୍ଟ ଘୋଡାଇବାରେ ଉପ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ନାହାନ୍ତି ତ ବୋଲି ପ୍ରଶ୍ନ କଲା ଦଳ । 

You Can Read:

ଟଳିଗଲା ବଡ଼ ଅଘଟଣ : ମଞ୍ଚରୁ ଓହ୍ଲାଇବାର କିଛି ମିନିଟ୍ ପରେ ଭୁଶୁଡ଼ିଲା ରାଜ୍ୟପାଳଙ୍କ ମଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.