ମୁମ୍ଵାଇ ୨୯।୦୧; ଭିକି କୌଶଲ ଓ ରଶ୍ମିକାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଫିଲ୍ମ ଛାବା। ଯାହାକୁ ନେଇ ଲାଗିରହିଛି ବିବାଦ । ଏବେ ଏହି ବାଦ-ବିବାଦରେ ପୂର୍ଣ୍ଣଛେଦ ପଡିଛି। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରରେ ରହିଥିବା ଡ୍ୟାନ୍ସ ସିକ୍ୟୁଏନ୍ସକୁ କାଟିବାକୁ ଦେବାକୁ ନେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି ।
ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲର ଦେଖି ଦର୍ଶକ ବେଶ ପସନ୍ଦ କରିଥିଲେ। ତେବେ ଟ୍ରେଲରର ଗୋଟିଏ ସିନରେ ଶମ୍ଭାଜୀ ରାଓ ଓ ୟେସୁ ବାଇଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ନୃତ୍ୟ ସିନ ଡିଲିଟ ହେବାକୁ ଥିବା ବେଳେ ଶମ୍ଭାଜୀ ରାଓଙ୍କ ଗାଥା ଏହାଠାରୁ ଢେର ଉପରେ ବୋଲି କହିଛନ୍ତି ଲକ୍ଷ୍ମଣ ଉତ୍ତେକର।
ପାରମ୍ପରିକ ମରାଠୀ ନୃତ୍ୟ ଲେଜିମରେ ଉଭୟ ଭିକି ଓ ରଶ୍ମିକା ଜବରଦସ୍ତ ନୃତ୍ୟ କରିଥିଲେ। ତେବେ ଶମ୍ଭାଜୀ ମହାରାଜଙ୍କ ନୃତ୍ୟକୁ ମରାଠୀ ମାନେ ସହଜରେ ଗ୍ରହଣ କରି ନ ଥିଲେ। ଶମ୍ଭାଜୀ ମରାଠା ଇତିହାସର ଜଣେ କିମ୍ବଦନ୍ତୀ ପୁରୁଷ। ତାଙ୍କୁ ନଚାଇବାକୁ ନେଇ ଅନେକ ନାପସନ୍ଦ କରିଥିଲେ। ପ୍ରଥମେ ମରାଠା ସଂସ୍ଥାନ ଶମ୍ଭାଜୀ ବ୍ରିଗେଡ ପକ୍ଷରୁ ବିରୋଧ କରାଯାଇଥିଲା। ପରେ ଏହା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟ ମାନେ ଶମ୍ଭାଜୀ ରାଓଙ୍କ ଚିତ୍ରଣକୁ ନେଇ ଆପତ୍ତି ଜାହିର କରିଥିଲେ।