୧୫ ବର୍ଷର ଗର୍ଭବତୀ ଝିଅକୁ ପୋଡ଼ି ମାରିଦେଇଥିଲେ ବାପା-ମା’, ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ କୋର୍ଟ

Published By : Prameya-News7 Bureau | April 19, 2025 IST

ଯାଜପୁର ୧୯।୪ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡ । କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ । ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା’ ପୋଡ଼ି ମାରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ୧୫ ବର୍ଷର ଗର୍ଭବତୀ ଝିଅକୁ ନିଜ ବାପା-ମା’ ପୋଡ଼ି ମାରିଦେବା ସହ ପ୍ରମାଣ ନଷ୍ଟ କରିଦେବା ଘଟଣାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ନାବାଳିକାଙ୍କ ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ ୨ । ମାମଲାରେ ୩୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତ ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି । 

ଗତ ୨୦୧୬ ମସିହା ଫେବୃଆରୀ ମାସ ୧୪ ତାରିଖ ଦିନ ଘଟିଥିଲା ଏଭଳି ହୃଦୟ ବିଦାରକ ଘଟଣା । ମାମଲାରେ ନାବାଳିକାଙ୍କ ବାପା-ମା’ଙ୍କୁ ଗିରଫ କରିଥିଲା ପୋଲିସ ।

You Can Read:

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ, ଶୁଭେଚ୍ଛା ଜଣାଇଲେ ନେତା ଓ କର୍ମୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.