ଆସ୍କା ୧୫।୩: ଜନ୍ମମାଟିକୁ ଫେରିଲା ସିଆରପିଏଫ ଯବାନଙ୍କ ମୃତଦେହ । ଗାଁରେ ଦିଆଗଲା ଗାର୍ଡ ଅଫ୍ ଅନର । ଶୋକାକୂଳ ପରିବେଶରେ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସ୍କାକୁ ଜୟପୁର ଗ୍ରାମର ନାରାୟଣ ଗୌଡ଼ ୨୦୦୭ ମସିହାରୁ ସିଆରପିଏଫ କନେଷ୍ଟବଲ ଭାବେ ସମ୍ବଲପୁରରେ କାର୍ଯ୍ୟରତ ଥିଲେ l ହେଲେ ଗତ ଦୁଇ ବର୍ଷ ତଳେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ସେ ଗାଁକୁ ଫେରିଥିଲେ l ପରେ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେବା ପରେ ବିଶାଖାପାଟଣା ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ l
ତେବେ ଦୀର୍ଘ ଦୁଇ ବର୍ଷ ଧରି ରୋଗରେ ପୀଡ଼ିତ ହେବା ପରେ ସିଆରପିଏଫ ଯବାନ ନାରାୟଣ ଗୌଡ଼ଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କ ମୃତ ଶରୀର ଗାଁକୁ ଫେରିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିଲା l ଯବାନଙ୍କ ମୃତଶରୀରକୁ ବିରାଟ ଶୋଭାଯାତ୍ରା ନେଇ ଗାଁ ଶ୍ମଶାନରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ମରଶରୀରର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅପରପକ୍ଷରେ ସିଆରପିଏଫ ପକ୍ଷରୁ ମୃତ ଯବାନଙ୍କ ପରିବାରକୁ ୭୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ସହ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା l ଏହାସହ ମୃତ ଯବାନଙ୍କ ଦୁଇ ପୁଅଙ୍କୁ ଶିକ୍ଷା ସହ ପରିବାରକୁ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ l
You Can Read:
ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍