ନୂଆଦିଲ୍ଲୀ:କର୍ଣ୍ଣାଟକରେ କଂଗ୍ରେସ ଭୋଟ ଚୋରି କରିଥିବା ବିଜେପି ଅଭିଯୋଗ କରିଛି । ବିଜେପି ସାଂସଦ ଲହାର ସିଂହ ସିରୋୟା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ୨୦୧୮ରେ ବଦାମୀ ସିଟ୍ରେ ଭୋଟ କିଣିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆସନରେ ସିଦ୍ଦରମୈୟା ନିର୍ବାଚନ ଲଢିଥିଲେ ଓ ଅତି କମ ବ୍ୟବଧାନରେ ବିଜୟୀ ହୋଇଥିଲେ । ବିଜେପି ସାଂସଦ ଏନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ କଂଗ୍ରେସ ଭୋଟ ଚୋରି ଅଭିଯୋଗ କରି ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରୁଛି ।
ଇଣ୍ଡିଅନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଅଗଷ୍ଟ ୧୨ରେ ସାଂସଦ ସିରୋୟା ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି, ଏଥିରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସିଦ୍ଦରମୈୟାଙ୍କ ଘନିଷ୍ଠ ସି.ଏମ୍. ଇବ୍ରାହିମଙ୍କ ଭାଷଣ ଉଲ୍ଲେଖ କରିଛନ୍ତି । ବିଜେପି ସାଂଦ କହିଛନ୍ତି ଯେ ଇବ୍ରାହିମ୍ ଭୋଟ କିଣାଯାଇଥିବା କଥାର ଖୁଲାସା କରିଥିଲେ । ଶନିବାର ଇବ୍ରାହିମଙ୍କ ଟିପ୍ପଣୀକୁ ନେଇ ସିଦ୍ଦରମୈୟା କହିଥିଲେ ଯେ ସେ ୨୦୧୮ ବିଧାନସଭା ନିର୍ବାଚନ ବେଳେ ଦୁଇ ଥର ବଦାମୀ ଯାଇଥିଲେ ଓ ତ୍ରୁଣମୂଳ ସ୍ତରର ସୂଚନା ନାହିଁ ।
ବିଜେପି ସାଂସଦ କହିଛନ୍ତି, ତାଙ୍କ ଭାଷଣର ରେକର୍ଡିଂରେ ସ୍ପଷ୍ଟ ଭାବେ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ବଦାମୀ ଆସନରେ ଭୋଟ କିଣାଯାଇଥିବା କଥା କହୁଛନ୍ତି । ଯଦି ଅଭିଯୋଗ ସତ, ତେବେ ନିର୍ବାଚନ ଆଇନର ସିଧାସଳଖ ଉଲ୍ଲଘଂନ ଓ ସାର୍ବଜନୀନ ଗୁରୁତ୍ୱର ମାମଲା ଅଟେ । ଏହି ଆସନରେ ବିଜୟ ପରେ ହିଁ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ ।
Shri. CM Ibrahim, former union minister, one of Shri. @siddaramaiah's closest associates and advisors for decades, has made a shocking revelation. He has said that he, along with senior Congress leader Shri. BB Chimankatti, helped purchase 3000 votes in 2018, so that Shri… pic.twitter.com/DxmyUhJzUF
— Lahar Singh Siroya (@LaharSingh_MP) August 12, 2025
ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ସିଦ୍ଦରମୈୟା ଚାମୁଣ୍ଡେଶ୍ୱରୀ ଓ ବଦାମୀ ଆସନରୁ ନିର୍ବାଚନ ଲଢିଥିଲେ । ବଦାମୀରୁ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଏକ ବିକଳ୍ପ ରୂପେ ଦେଖାଯାଇଥିଲା, କାରଣ ଚାମ୍ପୁଣ୍ଡେଶ୍ୱରୀରୁ କଡ଼ା ଟକ୍କର ହେଉଥିଲା । ବଦାମୀ ଆସନରେ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀରାମୁଲୁଙ୍କୁ ମୈଦାନକୁ ଓହ୍ଲାଇଥିଲା । ନିର୍ବାଚନୀ ସର୍ଭେରେ ବଦାମୀ ସିଟରେ ମଧ୍ୟ ଜୋରଦାର ଫାଇଟ୍ ହେବା ନେଇ ପୂର୍ବାନୁମାନ କରାଯାଇଥିଲା । ଆଉ ଶେଷରେ ସିଦ୍ଦରମୈୟା ଏହି ଆସନରୁ ମାତ୍ର ୧୬୯୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।