ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ, ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ୍ ଗଠନ

Published By : Prameya-News7 Bureau | August 13, 2025 IST

ଭୁବନେଶ୍ବର ୧୩।୮: ୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ସେହିଭଳି ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ୍ ଗଠନ ହେବ । 

ରାଜ୍ୟପାଳ ଏ ବିଷୟରେ ମଙ୍ଗଳବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି । ପଞ୍ଚାୟତିରାଜ ଆଇନ ଭିତରେ ପଞ୍ଚାୟତକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ । ଆମେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ କରିପାରିବା । ଲୋକଙ୍କ ପାଖରେ ଯୋଜନା ପହଞ୍ଚିବ । ପଞ୍ଚାୟତର ପୁନର୍ଗଠନ ପାଇଁ ନିର୍ଣ୍ଣୟ ନେଇଛୁ । ରାଜ୍ୟପାଳ ଏନେଇ ପ୍ରସ୍ତାବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

ଅପହୃତା ଓ ଅପହରଣକାରୀକୁ ଖୋଜି ପାରିଲାନି ପୋଲିସ, ତଦନ୍ତକାରୀ ଅଧିକାରୀ ନିଲମ୍ବିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.