ସେଲଫି ନେବାରୁ ଫ୍ୟାନ୍ସଙ୍କୁ ଧକ୍କା ଦେଲେ ଜୟା, ଇନଷ୍ଟାଗ୍ରାମ୍‌ରେ ଟ୍ରୋଲ କଲେ କଙ୍ଗନା

Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ ୧୩।୦୮; ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ । ପୁଣି ନିଜର କ୍ରୋଧକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଜୟାଙ୍କର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଖୁବ୍‌ ଭାଇରାଲ ହେଉଛି। ଏତିକି ନୁହେଁ ରାଗରେ ତମ ତମ ହୋଇ ଜଣେ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ । ପ୍ରଶଂସକ ଜଣକ କେବଳ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ସହ ଫୋଟଟିଏ ଉଠାଇବାକୁ ଚାହିଁଥିଲେ । ଏତିକି କଥାରେ ରାଗି ଗଲେ ଜୟା।

ଭାଇରାଲ ଭିଡିଓରେ ଜୟା ଲାଲ୍‌ ରଙ୍ଗର ଶାଢ଼ି ସହିତ ଲାଲ୍‌ ରଙ୍ଗର ସମାଜବାଦୀ ପାର୍ଟିର ଟୋପି ପିନ୍ଧିଛନ୍ତି । ସେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯାଇ ସେଲ୍‌ଫି ନେବାକୁ ଚେଷ୍ଟା କଲେ । ଏତିକିରେ ଜୟା ନିଜ ଉପରୁ ନିୟନ୍ତ୍ରଣ ହରାଇ ବ୍ୟକ୍ତିଙ୍କୁ ଧକ୍କା ମାରିଲେ । କହିଲେ ‘କ’ଣ କରୁଛନ୍ତି ଆପଣ? ଏ କ’ଣ?’ ଏହା ଶୁଣି ବ୍ୟକ୍ତି ଲଜ୍ଜିତ ଅନୁଭବ କଲେ ଓ ତଳକୁ ମୁଣ୍ଡ ନୁଆଁଇଦେଲେ । ଭିଡିଓରେ ତାଙ୍କର ସାଥୀ ସାଂସଦ ଓ ଶିବସେନା (ୟୁଟିବି) ନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। 

ଏବେ ଏ ମାମଲାରେ ଏଣ୍ଟ୍ରି କରିଛନ୍ତି ହିମାଚଳପ୍ରଦେଶର ମଣ୍ଡି ସାଂସଦ କଙ୍ଗନା ରଣାୱତ୍‌ । ଜୟାଙ୍କର ଏଭଳି ବ୍ୟବହାରକୁ ସେ ଲଜ୍ଜାଜନକ ବୋଲି କହିଛନ୍ତି । ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଭିଡିଓ ସେୟାର କରି ସେ କ୍ୟାପ୍‌ସନ ଲେଖିଛନ୍ତି ‘ସବୁଠୁ ଖରାପ ଓ ସୁବିଧାବାଦୀ ମହିଳା । ଲୋକେ ତାଙ୍କ ନଖରାମି ଓ ଖରାପ ବ୍ୟବହାରକୁ ସହ୍ୟ କରୁଛନ୍ତି, କାରଣ ସେ ଅମିତାଭ ବଚ୍ଚନଙ୍କ ପତ୍ନୀ ବୋଲି । କେତେ ଅପମାନଜନକ ଓ ଲଜ୍ଜାଜନକ କଥା । ଜୟାଙ୍କ ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଥିଲେ।ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ଜୟାଙ୍କୁ ଲୋକେ ଖୁବ୍‌ ସମାଲୋଚନା କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.