ବାତ୍ୟା 'ବିପରଯୋୟ'ର ପ୍ରଭାବ; ୧୨ ହଜାରରୁ ଅଧିକ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ, ୫୦ ହଜାର ଲୋକେ ସ୍ଥାନାନ୍ତର, ୬୯ ଟ୍ରେନ୍ ବାତିଲ

Published By : Prameya-News7 Bureau | June 14, 2023 IST

ନୂଆଦିଲ୍ଲୀ: ବାତ୍ୟା ବିପରଯୋୟ ଜୁନ ୧୫ ସଂଧ୍ୟାରେ ସ୍ୱରାଷ୍ଟ୍ର ଏବଂ କଚ୍ଛ ମଧ୍ୟରେ ୧୫୦ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁପାରେ । ମହାରାଷ୍ଟ୍ର ଏବଂ ଗୁଜରାଟରେ ସମୁଦ୍ର ଅସ୍ଥିର ରହିବା ସହ ଉଚ୍ଚ ଜୁଆର ଆସୁଛି । ପାଣିପାଗ ବିଭାଗ ସହ ଏହାର ପ୍ରଭାବରେ ଜୁନ ୧୪ରୁ ୧୬ ଯାଏ ପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ବିପରଯୋୟ ଏବେ ସ୍ଥଳଭାଗ ଆଡକୁ ଧୀରେ ଧୀରେ ମାଡି ଆସୁଛି । ଗୁଜରାଟ ଏବଂ ମହାରାଷ୍ଟ୍ରରେ ବିପରଯୋୟର ପ୍ରଭାବ ଦେଖିବାକୁ ମିଳିଛୁ । ଉଭୟ ରାଜ୍ୟର ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳୁଛି । ସୁରକ୍ଷା ଦୃଷ୍ଟିରୁ ରେଲୱେ ପକ୍ଷରୁ ୬୯ ଟ୍ରେନ ରଦ୍ଦ କରାଯାଇଛି । ପଶ୍ଟିମ ରେଲୱେର କହିବା ଅନୁସାରେ ଜୁନ ୧୫ ଯାଏ ଏହି ଟ୍ରେନ ରଦ୍ଦ ରହିବେ । ଅନ୍ୟପଟେ ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫର ୧୮ଟି ଟିମ୍ ଏବଂ ଏସଡିଆରଏଫର ୧୨ଟି ଟିମକୁ ମୁତୟନ କରାଯାଇଥିବା ରାଜ୍ୟ ରିଲିଫ୍ କମିଶନର ଆଲୋକ ପାଣ୍ଡେଙ୍କ ସୂଚନା ଦେଇଛନ୍ତି ।

wp:html /wp:html

ସମ୍ଭାବ୍ୟ ବାତ୍ୟା ବିପରଯୋୟ ପ୍ରଭାବରେ ସୌରାଷ୍ଟ୍ରର କଚ୍ଛର ୬୫ ଗାଁରେ ବିଜୁଳି ସେବା ଠପ୍ ହୋଇଛି । ୧୨୦୨୦ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଜାମନଗର ଗ୍ରାମାଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହାରେ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁଜରାଟର କଚ୍ଛ ହସ୍ପିଟାଲଗୁଡିକର ନୀରିକ୍ଷଣ କରିଛନ୍ତି । ଏଠାରେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ କ୍ରିଟିକଲ କେୟାର ଶଯ୍ୟା ବାବଦରେ ପଚାରି ବୁଝିଛନ୍ତି । ଏହାସହ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରାଇବା ପାଇଁ ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

wp:html /wp:html

Also Read: RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଗଭର୍ଣ୍ଣର ଅଫ୍ ଦ ଇୟର ଆୱାର୍ଡ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.