ନୋଟିସ୍ ପରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର

Published By : Prameya-News7 Bureau | May 04, 2025 IST

ପୁରୀ ୪।୫ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନୋଟିସ୍ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସମ୍ପାଦକଙ୍କ ସହିତ ନିଯୋଗ ସଭାପତି ମଧ୍ୟ ଉପସ୍ଥିତ ଅଛନ୍ତି । 

କାହିଁକି ରାଗିଗଲେ ରାମକୃଷ୍ଣ ଦାସମହାପାତ୍ର ? ବଙ୍ଗଳାରେ କହିଲେ, ପୁରୀରେ ପଲଟିଗଲେ; ଜବାବ ମାଗୁଛନ୍ତି ଓଡ଼ିଆ

ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ବିଗ୍ରହ ସ୍ଥାପନ ନେଇ ବିବାଦ ଆରମ୍ଭ ହୋଇଛି । ନବକଳେବର ସମୟରେ ଥିବା ବଳକା ଦାରୁରେ ବିଗ୍ରହ ନିର୍ମାଣ କରିଥିବା ନେଇ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । 

ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଜ ପକ୍ଷ ରଖିବା ପାଇଁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ କରାଯାଇଥିଲା ।

You Can Read:

ସମ୍ବଲପୁରରେ ହାତୀ ଉତ୍ପାତ, ସନ୍ତୋଷ ବଢାଇଙ୍କୁ କଚାଡି ମାରିଦେଲା ଦନ୍ତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.