ସମ୍ବଲପୁରରେ ହାତୀ ଉତ୍ପାତ, ସନ୍ତୋଷ ବଢାଇଙ୍କୁ କଚାଡି ମାରିଦେଲା ଦନ୍ତା

Published By : Prameya-News7 Bureau | May 04, 2025 IST

ସମ୍ବଲପୁର ୦୪।୦୫ : ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା । ସମ୍ବଲପୁର ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାରେ ଦନ୍ତା ଆତଙ୍କ। ସନ୍ତୋଷ ବଢାଇଙ୍କୁ କଚାଡି ମାରିଛି ଦନ୍ତା। 

ଖବର ଅନୁଯାୟୀ, ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାର ଗାଁ କୁନି ଡୁମରୀ ପାଖରେ ସନ୍ତୋଷ ବଢାଇଙ୍କୁ କଚାଡି ଦେଇଥିଲା ହାତୀ। ଯାହାପରେ ତୁରନ୍ତ ସନ୍ତୋଷଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପରେ ବି ପୋଲିସ ଓ ବନ ବିଭାଗକୁ ଖବର ଦିଆଯାଇଥିଲା । ତଥାପି ବର୍ତ୍ତମାନ ସୁଦ୍ଧା କେହି ପହଞ୍ଚି ନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.