ମୁମ୍ବାଇ 29/06 : କୁହାଯାଏ ଜୀବନ ଏବଂ ମୃତ୍ୟୁ କାହା ହାତରେ ନାହିଁ। ପ୍ରତିଦିନ ଘଟୁଥିବା ଘଟଣାଗୁଡ଼ିକ ଏହାର ପ୍ରମାଣ। ଦୀର୍ଘ ଅସୁସ୍ଥତା ପରେ ଦୁନିଆ ଛାଡ଼ିବା କିମ୍ବା ବୟସ ହେଲେ ମୃତ୍ୟୁ ହେବା ଠିକ୍ ଅଛି ଏହା ସ୍ୱାଭାବିକ୍। କିନ୍ତୁ ଯେତେବେଳେ ଅସମୟରେ କାହାର ହଠାତ୍ ମୃତ୍ୟୁ ହୁଏ,ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ବି ସେମିତି ହଠାତ୍ ମୃତ୍ୟୁ। ସେ ପୂରା ଫିଟ୍ ଆଣ୍ଡ୍ ଫାଇନ୍ ଥିଲେ। କିନ୍ତୁ ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ହୋଇଛି ମୃତ୍ୟୁ। ଅସମୟରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ କରିଛି ସ୍ତବ୍ଧ। ମୁମ୍ବାଇ ସ୍ଥିତ ଘରେ ସେଫାଳିଙ୍କୁ ଆସିଥିଲା ହାର୍ଟ ଆଟାକ୍। ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନେଇଯାଇଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଭିତରେ ଶେଫାଳିଙ୍କ କିଛି ମାସ ପୂର୍ବର ଏକ ଭିଡିଓ ହେଉଛି ଭାଇରାଲ୍ । ଯେଉଁ ଭିଡିଓରେ ତାଙ୍କ ମୃତ୍ୟୁର ହୋଇଥିଲା ଭାବିଷ୍ୟବାଣୀ। ଏକ ପୋଡକାଷ୍ଟରେ, ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ପାରସ୍ ଛାବ୍ରା ତାଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। ସେ ସେଫାଳିଙ୍କ ରାଶି, ଗ୍ରହ , ନକ୍ଷେତ୍ର ବିଶ୍ଳେଷଣ କରି ତାଙ୍କ ହଠାତ୍ ମୃତ୍ୟୁ ସମ୍ଭାବନାର ସଂକେତ ଦେଇଥିଲେ। ଯାହା ସତ ହୋଇଥିବା ଚର୍ଚ୍ଚା ହେଉଛି।
ପାରସ୍ ଛାବ୍ରା ସଲମାନ ଖାନଙ୍କ ଶୋ ବିଗ୍ ବସ୍ ୧୩ରେ ଫାଇନାଲିଷ୍ଟ ଥିଲେ। ସେହି ସିଜିନରେ, ଶେଫାଳି ମଧ୍ୟ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବରେ ଶୋ'ରେ ପହଞ୍ଚିଥିଲେ। ସେଠାରୁ ଉଭୟ ଭଲ ବନ୍ଧୁ ହୋଇଥିଲେ। ମୃତ୍ୟୁର କିଛି ମାସ ପୂର୍ବେ ଶେଫାଳି ପାରସଙ୍କ ୟୁଟ୍ୟୁବ୍ ପୋଡକାଷ୍ଟ ଆବ୍ରା କା ଡାବ୍ରାରେ ନଜର ଆସିଥିଲେ। ଦେଖା ସେହି ସମୟରେ, ପାରସ ଶେଫାଳିଙ୍କ ରାଶି, ଗ୍ରହ, ନକ୍ଷେତ୍ର ପଢିଥିବା ଦାବି କରିଥିଲେ। ତା’ ଆଧାରରେ ସେ ହଠାତ୍ ମୃତ୍ୟୁ ବିଷୟରେ କହିଥିଲେ। ପୋଡକାଷ୍ଟର ସେହି କ୍ଲିପ୍ ଏବେ ଭାଇରାଲ ହେଉଛି। ଏଥିରେ, ପାରସ କହୁଛନ୍ତି, “ମୁଁ ତୁମର ଜାତକ ଦେଖିଲି। ଚନ୍ଦ୍ର, କେତୁ ଏବଂ ବୁଧ, ତୁମର ଅଷ୍ଟମ ଘରେ ଅଛନ୍ତି। ଚନ୍ଦ୍ର ଏବଂ କେତୁ ଏକାଠି ରହିବା ସବୁଠୁ ଖରାପ ବୋଲି ବିବେଚନା କରାଯାଏ। ଏହା ଅଷ୍ଟମ ଘର ପାଇଁ 'କ୍ଷତି'। ଏମିତିରେ ହଠାତ୍ ମୃତ୍ୟୁ, ଫେମସ୍ ହେବାର ସୂଚନା ଦିଏ । ତୁମର ଚନ୍ଦ୍ର ଏବଂ କେତୁ ଖରାପ, ବୁଧ ମଧ୍ୟ ସେମାନଙ୍କ ସହିତ ବସିଛି। ଚନ୍ଦ୍ର ଏବଂ ବୁଧ ଏକାଠି ଆଦୌ ରହି ପାରନ୍ତିନି। ଚନ୍ଦ୍ର ଏବଂ ବୁଧ ମୁହାଁମୁହିଁ ବସି ଯାଆନ୍ତି ତାହେଲେ ଏହା ମଧ୍ୟ ଖୁବ୍ ଚିନ୍ତା ସୃଷ୍ଟି କରେ। ଯଦି ସେମାନେ ଏକାଠି ବସନ୍ତି, ତାହେଲେ ସ୍ନାୟୁଗତ ସମସ୍ୟା ଦେଖା ଦେଇଥାଏ।” ଏହି ଜାତକ କଗଣନା ଏବେ ସତ ହୋଇଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଆମେ ଏଠି କହି ରଖୁଛୁ ଯେ, ପାରସଙ୍କ ଜାତକ ଗଣନା ଓ ସେଫାଳିଙ୍କ ମୃତ୍ୟୁ ଏହା କେବଳ ଏକ ସଂଯୋଗ ମାତ୍ର। । ସେ ଯାହା ବି ହେଉ ସେଫାଳିଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପାରସ୍। କାରଣ ସେଫାଳି ଥିଲେ ତାଙ୍କର ଜଣେ ଭଲ ବନ୍ଧୁ।
୨୦୦୨ର ସୁପରହିଟ୍ ଗୀତ 'କାଣ୍ଟା ଲଗା' ଦେଶବ୍ୟାପୀ ଲୋକପ୍ରିୟତା ହାସଲ କରିଥିଲା। ଏହି ସେଫାଳିଙ୍କୁ ଦେଇଥିଲା ନୂଆ ପରିଚୟ। ସେବେଠୁ କାଣ୍ଟା ଲକଗା ଗର୍ଲ ନାଁରେ ହେଲେ ପରିଚିତ। ଏହା ପରେ ସେ 'ନଚ୍ ବଲିଏ', 'ବିଗ୍ ବସ୍ ୧୩' ଏବଂ 'ବୁଗି ଉଗି' ଭଳି ରିଆଲିଟି ଶୋ'ର ମଧ୍ୟ ଅଂଶ ଥିଲେ। । ତାଙ୍କ ମୃତ୍ୟୁରୋ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।