ସମ୍ବଲପୁର ୩।୫: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କୁଟାସିଂହା ଗାଁରେ ହତ୍ୟାକାଣ୍ଡ । ଶାଶୁର ତଣ୍ଟିଚିପି ମାରିଦେଲା ବୋହୂ । ନିଜ ଭାଇ ସହିତ ମିଶି ପିଟିବା ପରେ ତଣ୍ଟିଚିପି ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ଥାନା କୁଟାସିଂହl ଗ୍ରାମର ଲବଣି ଦେହୁରୀଙ୍କ ବିବାହ ଦୁଇ ବର୍ଷ ପୂର୍ବେ ହୋଇଥିଲା । ବିବାହ ପରେ ଶାଶୁ ଓ ବୋହୂ ମଧ୍ୟ ଭଲ ପଡୁନଥିଲା । ଅଧିକାଂଶ ସମୟ ବୋହୂ ଯାଇ ବାପଘରେ ରହୁଥିଲା । ବାପଘରୁ ୧୦ ଦିନ ହେଲା ଶାଶୁଘରକୁ ଆସିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଶାଶୁ-ବୋହୂ ମଧ୍ୟରେ ଝଗଡ଼ା ଲାଗିଥିଲା l ସ୍ୱାମୀ ଗୁଜୁରାଟରେ କାମ କରୁଥିବା ବେଳେ ଶ୍ବଶୁର ବାହାରେ କାମ କରୁଥିଲେ l ଶନିବାର ସକାଳୁ ଘରେ କେହି ନଥିବା ସମୟରେ ବୋହୂ ଶାଶୁଙ୍କ ତଣ୍ଟିଚିପି ହତ୍ୟା କରିଛି l ବୋହୂ ତା ଭାଇକୁ ଡକାଇ ଶାଶୁରୁ ହତ୍ୟା କରିଥିବା ଶ୍ବଶୁର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
You Can Read: