ଡାଏରୀ ଫାର୍ମ ଅମୂଳର ନକଲ କରୁଥିଲା ବିଦେଶୀ କମ୍ପାନି; ଆଇନା ଦେଖାଇଲେ ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ: ସହକାରୀ ଆନ୍ଦୋଳନ ଜରିଆରେ ଦେଶ-ବିଦେଶରେ ପରିଚୟ ସୃଷ୍ଟି କରିଥିବା ଅମୂଲ କମ୍ପାନିକୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଅଶ୍ବସ୍ତି । ବିଦେଶୀ ଟ୍ରେଡମାର୍କ ନିୟମ ଉଲ୍ଲଙ୍ଘନ ମାମଲାରେ ଉଚ୍ଚ ଅଦାଲତ ଅମୂଲ ସପକ୍ଷରେ ରାୟ ଶୁଣାଣି କରିଛନ୍ତି । ଭାରତର  ସବୁଠୁ ବଡ଼ ଡାଏରୀ ବ୍ରାଣ୍ଡ୍ ଅମୂଲ ବିରୋଧରେ ଇଟାଲୀୟନ କମ୍ପାନି ଟେରି ପ୍ରିମିଟିଭ୍ ବିରୋଧରେ ଅନୁଜ୍ଞା ଦେଇଛନ୍ତି । ଇଟାଲିୟନ ଫାର୍ମ ଅମୂଲେଟି ଟ୍ରେଡ୍ ମାର୍କ ଜରିଆରେ କୁକୁଜ୍ ଏବଂ ଚକୋଲେଟ୍ କଓ୍ବର୍ଡ ବିସ୍କୁଟ୍ ବିକ୍ରି କରୁଛି । ଏହା ଅମୂଲର ପ୍ରସିଦ୍ଧ ଟ୍ରେଡ୍ ମାର୍କ ସହିତ ସାମଞ୍ଜସ୍ୟ ବୋଲି କମ୍ପିନ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । 

ଗୁଜରାଟ ସହକାରୀ ଦୁଗ୍ଧ ସଂଗ୍ରହକାରୀ ସଂଘ, ଅମୂଲ ବ୍ରାଣ୍ଡ୍ ନାଁରେ ଡାଏରୀ ପ୍ରଡକ୍ଟସ ବିତରଣ କରୁଛି । ମାତ୍ର ଅମୂଲେଟି ଟ୍ରେଡ୍ ମାର୍କ ହେରଫେର ପରେ କମ୍ପାନି ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁସିଂଘବୀଙ୍କ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ଏକ ଟ୍ରେଡମାର୍କ ମାମଲା ରୁଜୁ କରିଥିଲା । ଅଭିଷେକ୍ ମନୁସିଂଘବୀ କମ୍ପାନି ପକ୍ଷ ରଖି କହିଥିଲେ, ଅମୂଲ କେବଳ ଏକ ଭାରତୀୟ ଘରୋଇ କମ୍ପାନିର ନାଁ ନୁହେଁ ବରଂ ବିଦେଶରେ ମଧ୍ୟ କମ୍ପାନି ପରିଚୟ ସୃଷ୍ଟି କରିଛି । ଆଇନଜୀବୀ କହିଛନ୍ତି ଇଟାଲୀ କମ୍ପିନି ଟେରୀ  ପ୍ରିମିଟିଭ୍, ଅମୂଲର ସ୍ପଷ୍ଟ ଭାବେ ନକଲ କରୁଛି । ଅମୂଲ ନାଁରେ କେବଳ ଏଟି (eti) ଯୋଡି ନିଜ ବ୍ରାଣ୍ଡ ପ୍ରତିଷ୍ଠା କରିଛି । ଯାହା ଟ୍ରେଡ୍ ମାର୍କ ନିୟମ ଉଲ୍ଲଙ୍ଘନ । ଏନେଇ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଅମୂଲ ସପକ୍ଷରେ ରାୟ ଶୁଣାଣିଛନ୍ତି । ଅମୂଲେଟି ଟ୍ରେଡ୍ ମାର୍କ ଉପରେ ରୋକ୍ ଲଗାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.