ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ, କହିଲେ ପ୍ରଭାବିତ ଜିଲ୍ଲାକୁ ଅଧିକ ଫୋକସ

Published By : Prameya-News7 Bureau | October 25, 2024 IST

କେନ୍ଦ୍ରାପଡା ୨୫/୧୦: ବାତ୍ୟାକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମୀକ୍ଷା । ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଛି ରାଜନଗର ଓ ରାଜକନିକା ବ୍ଲକ ସେହି ସ୍ଥାନରେ ଅଧିକ ଦିନ ହେବ ରିଲିଫ ପରିଚାଳନା । ବାତ୍ୟା ପରେ ରାସ୍ତାଘାଟ ଅବରୋଧ ମୁକ୍ତ କରିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ ପ୍ରଶାସନର ଲକ୍ଷ୍ୟ ଚାଷ କ୍ଷୟ କ୍ଷତିର ହେବ ଆକଳନ । 

ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲାର ରାଜନଗର ଓ ରାଜକନିକା ବ୍ଲକରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ ବୋଲି ଉପ ମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି l ତେବେ ବାତ୍ୟା ପରେ ତୁରନ୍ତ ରାସ୍ତାଘାଟ ଅବରୋଧ ମୁକ୍ତ କରିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ କରିବାକୁ ପ୍ରଶାସନ ପ୍ରାଥମିକତା ଦେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସୁଚନା ଦେଇଛନ୍ତି l ତେବେ ବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଚାଷ କ୍ଷୟକ୍ଷତି ଆକଳନ କରାଯିବ । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.