ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଶୃଙ୍ଖଳା ଖେଳୁଛି। ଏହା ପୂର୍ବରୁ ଦଳ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିଥିଲା। ଦୁଇ ଫର୍ମାଟ୍ରେ ଭାରତୀୟ ଦଳକୁ ଭିନ୍ନ ଭିନ୍ନ ଅଧିନାୟକ ନେତୃତ୍ଵ କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ କଣ ଭାରତୀୟ ଦଳ ଏମିତି ଭିନ୍ନ ଭିନ୍ନ ଫର୍ମାଟ୍ରେ ଭିନ୍ନ ଭିନ୍ନ ଅଧିନାୟକଙ୍କୁ ନେଇ ଖେଳ ଜାରି ରଖିବ। ତାରକା କ୍ରିକେଟର ଦିନେଶ କାର୍ତ୍ତିକଙ୍କ ଅନୁଯାୟୀ, ଆଗାମୀ ବିଶ୍ଵକପ୍ ପରେ ଭାରତର ଅଲଗା ଫର୍ମାଟ୍ରେ ଅଲଗା ଅଧିନାୟକ ଫର୍ମୁଲା ସଠିକ୍ ସାବ୍ୟସ୍ତ ହୋଇପାରେ।
ଦିନେଶ କାର୍ତ୍ତିକଙ୍କ କହିବା କଥା ଏହା ଉପରେ ବି ଧ୍ୟାନ ଦେବା ଉଚିତ୍ ଯେ, ଦିନିକିଆ ବିଶ୍ଵ କପ୍ ପର୍ଯ୍ୟନ୍ତ ଭାରତୀୟ ଦଳକୁ ଅଧିକାଂଶ ଟି-୨୦ ମୁକାବିଲା ଖେଳିବାର ଅଛି। ଆଇପିଏଲ୍ ପରେ ଓ୍ଵେଷ୍ଟଇଣ୍ଡିଜ ଶୃଙ୍ଖଳା ରହିଛି। ଏହା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ଯେ, ଆମେ ଅଲଗା ଫର୍ମାଟ୍ ପାଇଁ ଅଲଗା ଅଧିନାୟକ ରଖିବା ଉଚିତ୍ ନା ନାହିଁ।
ଦିନେଶ କାର୍ତ୍ତିକଙ୍କ ମତରେ ଯଦି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଦଳ ଯଦି ବିଫଳ ହୁଏ ତେବେ ଆମେ ଭିନ୍ନ ଫର୍ମାଟ୍ ଭିନ୍ନ ଅଧିନାୟକ ଦିଗକୁ ବଢି ପାରିବା। ଯଦି ରୋହିତ ଶର୍ମା ବିଶ୍ଵ କପ୍ରେ କିଛି କମାଲ୍ କରନ୍ତି ତେବେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ଵ କପ୍ ତାଙ୍କ ନେତୃତ୍ଵରେ ଖେଳିପାରେ।
wp:heading {"level":4}ଏ ଖବର ପଢନ୍ତୁ- ରୋହିତ ବ୍ରିଗେଡ୍ଙ୍କ କମାଲ୍, ଟି-୨୦ ସହିତ ଦିନିକିଆରେ ନମ୍ବର ୧ ଟିମ୍ ହେଲା ଭାରତ
/wp:headingସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ୨୦୨୨ ପରଠୁ ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ଟି-୨୦ ଫର୍ମାଟ୍ରେ ଦେଖିବାକୁ ମିଳୁନାହିଁ। ଏମିତିରେ ପ୍ରଶ୍ନ ଉଠୁଛି ଯେ, କଣ ବରିଷ୍ଠ ଖେଳାଳିଙ୍କୁ ଆଉ ଟି-୨୦ ଅନ୍ତର୍ଜାତୀୟରେ ସୁଯୋଗ ମିଳିବ ନାହିଁ। ସଂପ୍ରତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳୁଛି।