ଆମରଣ ଅନଶନରୁ ଓହରିଲେ କନିଷ୍ଠ ଡାକ୍ତର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ ପରେ ନିଷ୍ପତ୍ତି

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ମାମଲାରେ କନିଷ୍ଠ ଡାକ୍ତର ଆମରଣ ଅନଶନ ଶେଷ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ ପରେ ସୋମବାର ରାତିରେ ଜୁନିୟର ଡାକ୍ତର ୧୬ ଦିନ ପରେ ଅନଶନ ଶେଷ କରିଛନ୍ତି । ଆସନ୍ତାକାଲିଠାରୁ କୌଣସି ପ୍ରକାର ହରତାଳ ହେବ ନାହିଁ । ତେବେ କନିଷ୍ଠ ଡାକ୍ତର ଭିନ୍ନ ଭିନ୍ନ ମାର୍ଗରେ ନିଜ ଆନ୍ଦୋଳନ ଜାରି ରଖିବେ । ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୫ରୁ କନିଷ୍ଠ ଡାକ୍ତର ଧର୍ମତଲ୍ଲାରେ ଆମଣର ଅନଶନରେ ବସିଥିଲେ । ୧୦ ଦଫା ଦାବି ନେଇ ଡାକ୍ତରମାନେ ଆନଶନରେ ବସିଥିଲେ ।

ସୋମବାର ସଂଧ୍ୟାରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କନିଷ୍ଠ ଡାକ୍ତରଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ବୈଠକ ହୋଇଥିଲା । ଏଥିରେ କନିଷ୍ଠ ଡାକ୍ତରଙ୍କ ବିଭିନ୍ନ ଦାବି ଉପରେ ଚର୍ଚ୍ଚା ହୋଇଥିଲା । ଏହି ଦାବି ଭିତରେ ରାଜ୍ୟର ହସ୍ପିଟାଲରେ ଧମକ କଥା ମଧ୍ୟ ସାମିଲ ରହିଛି । ଆମରଣ ଅନଶନର ୧୭ତମ ଦିନରେ ନବନ୍ନା (ସଚିବାଳୟ)ରେ ଆୟୋଜିକ ବୈଠକର ପ୍ରଥମ ଥର ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା । ବୈଠକରେ ସିଏମ୍ ମମତା ବାନାର୍ଜୀ କନିଷ୍ଠ ଡାକ୍ତରଙ୍କୁ ଅନଶନରୁ ଓହରିବା ପାଇଁ ଅପିଲ୍ କରିଥିଲେ । ମମତା କହିଥିଲେ ଯେ ଅଧିକାଂଶ ଦାବିର ସମାଧାନ କରାଯାଇଛି, ତେବେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଯିବା ଦାବିକୁ ଗ୍ରହଣ କରାଯାଇ ନାହିଁ ।

ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଯିବା ଦାବି ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିନା କୌଣସି ପ୍ରମାଣରେ ତାଙ୍କୁ ଅଭିଯୁକ୍ତ କହିବା ଭୁଲ ଅଟେ । ବିନା କୌଣସି ପ୍ରମାଣରେ କୌଣସି ବ୍ୟକ୍ତିକୁ ଅଭିଯୁକ୍ତ କହିପାରିବା ନାହିଁ । ପ୍ରଥମେ ପ୍ରମାଣ ଦେବାକୁ ପଡ଼ିବ, ପରେ କୌଣସି ବ୍ୟକ୍ତିକୁ ଅଭିଯୁକ୍ତ କୁହାଯିବ । ଏହା ଉପରେ ଡାକ୍ତର ଜବାବ ଦେଇ କହିଥିଲେ, ଆଇନ ଅନୁସାରେ କୌଣସି ବ୍ୟକ୍ତିକୁ ସେପର୍ଯ୍ୟନ୍ତ ଅଭିଯୁକ୍ତ କୁହାଯାଇପାରିବ, ଯେପର୍ଯ୍ୟନ୍ତ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.