ନୂଆଦିଲ୍ଲୀ ୧୨।୦୪: ଖରା ଗରମରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଘଡିଏ ଫ୍ୟାନ୍ ତଳୁ ଉଠିଗଲେ ଗରମର କଷ୍ଟ କହିଲେ ନସରେ । ଫ୍ୟାନ୍ର ସ୍ପିଡ୍ ସବୁବେଳେ ରହୁଛି ୫ ନମ୍ବରରେ । ନଚେତ୍ ଗରମରୁ ମୁକ୍ତି ମିଳୁନି ମୁକ୍ତି । କିନ୍ତୁ ଏବେ ପ୍ରଶ୍ନ ଆସୁଛି ଫ୍ୟାନ୍ର ସ୍ପିଡ୍ ବିଦ୍ୟୁତ୍ ବିଲ୍ ଉପରେ ପକାଏ କି ପ୍ରଭାବ ? ଅଧିକ ସ୍ପିଡ୍ ହେଲେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୁଏ କି ?
ଫ୍ୟାନ୍ର ଗତି ଯେତେ ଅଧିକ ହୁଏ ମୋଟର ସେତେ ଦ୍ରୁତ ଗତିରେ ଘୂରିଥାଏ । ଆଉ ବିଦ୍ୟୁତ୍ ବ୍ୟବହାର ମଧ୍ୟ ବୃଦ୍ଧି ପାଇଥାଏ । ଯଦିଓ ଏହି ପାର୍ଥକ୍ୟ ବହୁତ ବଡ଼ ନୁହେଁ, ତଥାପି ଶକ୍ତି ବ୍ୟବହାର ବୃଦ୍ଧି ପାଏ । କିନ୍ତୁ ଏହା କାହିଁକି ହୁଏ, ଆସନ୍ତୁ ଜାଣିବା…
ବଜାରରେ ଏପରି ରେଗୁଲେଟର୍ ମିଳେ, ଯାହାର ବିଦ୍ୟୁତ୍ ବ୍ୟବହାର ସହିତ କୌଣସି ସମ୍ପର୍କ ନାହିଁ । ଏଗୁଡ଼ିକ କେବଳ ଫ୍ୟାନ୍ର ସ୍ପିଡକୁ ନିୟନ୍ତ୍ରଣ କରେ। ଆଗରୁ, ଏପରି ରେଗୁଲେଟର୍ ମିଳୁଥିଲା ଯାହା ଭୋଲଟେଜ ହ୍ରାସ କରି ଫ୍ୟାନର ସ୍ପିଡ୍କୁ ନିୟନ୍ତ୍ରଣ କରୁଥିଲା । ଏପରି ସ୍ଥିତିରେ ଫ୍ୟାନର ସ୍ପିଡ୍ ଅଧିକ ହେଉ କି କମ୍, ବିଦ୍ୟୁତ୍ ବ୍ୟବହାର ସମାନ ରହିଥାଏ।
ଯଦି ଆପଣଙ୍କ ପାଖରେ ଏପରି ରେଗୁଲେଟର୍ ଅଛି ତେବେ ଫ୍ୟାନ୍ ଜୋର୍ରେ ବୁଲୁ କି ଧିରେ କୌଣସି ଚିନ୍ତା ନାହିଁ, କାରଣ ଏଥିରେ ବିଦ୍ୟୁତ୍ ଖର୍ଚ୍ଚ ଉପରେ କୌଣସି ଫରକ ପଡେନି । ଆଜିକାଲି ଇ-ରେଗୁଲେଟର୍ ଅର୍ଥାତ୍ Electronic Regulators ବ୍ୟବହାର କରାଯାଉଛି ।
ଏହି ରେଗୁଲେଟର୍ ସ୍ପିଡ୍ ନିୟନ୍ତ୍ରଣ କରିବା ପାଇଁ ଶକ୍ତି ବ୍ୟବହାର କରେ। ଏହାର ଅର୍ଥ ଯେତେବେଳେ ଆପଣ ଫ୍ୟାନର ସ୍ପିଡ୍ ବୃଦ୍ଧି କରନ୍ତି, ସେତେବେଳେ ଏହି ରେଗୁଲେଟର୍ ଅଧିକ ଶକ୍ତି ବ୍ୟବହାର କରେ । ଫଳରେ ନମ୍ବର ୧ରେ ପଙ୍ଖା ବୁଲିଲେ କମ୍ ବିଦ୍ୟୁତ ଖର୍ଚ୍ଚ ହୁଏ ଏବଂ ୫ ନମ୍ବରରେ ବୁଲିରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୁଏ।