ନୂଆଦିଲ୍ଲୀ ୧୪।୦୪: ଟିମ୍ ଇଣ୍ଡିଆର ଷ୍ଟାର୍ ପ୍ଲେୟର ବିରାଟ କୋହଲି । କେବେଳ ଖେଳ ପାଇଁ ନୁହେଁ ବରଂ ଲାଇଫ୍ ଷ୍ଟାଇଲ୍ ଓ ଗ୍ୟାଜେଟ୍ ପାଇଁ ରହିଥାନ୍ତି ଚର୍ଚ୍ଚାରେ । ଫ୍ୟାନ୍ସଙ୍କ ମନରେ ପ୍ରାୟତଃ ପ୍ରଶ୍ନ ଉଠେ ବିରାଟ କେଉଁ ଫୋନ ବ୍ୟବହାର କରନ୍ତି ? ସେ କ’ଣ କେବଳ ପ୍ରଚାର ପାଇଁ ବ୍ରାଣ୍ଡେଡ ଫୋନ ବ୍ୟବହାର କରନ୍ତି ନା ତାଙ୍କର କୌଣସି ପ୍ରିୟ ଡିଭାଇସ ଅଛି ?
ବାସ୍ତବରେ ୨୦୨୩ ବିଶ୍ୱକପ ସମୟରେ ବିରାଟ କୋହଲି ଏକ ଆଇଫୋନ ଧରିଥିବା ଦେଖିବାକୁ ମିଳିଥିଲା। କୁହାଯାଏ କି ସେ iPhone 15 Pro (1TB ଭାରିଆଣ୍ଟ) ବ୍ୟବହାର କରନ୍ତି । ଯାହାର ମୂଲ୍ୟ ଭାରତରେ ପ୍ରାୟ ୧ ଲକ୍ଷ ୯୦ ହଜାର ଟଙ୍କା। ଏହି ମଡେଲଟି ଆପଲର ସବୁଠାରୁ ମହଙ୍ଗା ସ୍ମାର୍ଟଫୋନ। ଖାସ୍କରି କ୍ୟାମେରା କ୍ବାଲିଟି, ପର୍ଫମାନ୍ସ ଏବଂ ପ୍ରାଇଭେସି ଭଳି ଫିଚର୍ସ କାରଣରୁ ଆପଲ ସ୍ମାର୍ଟଫୋନ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ।
ତେବେ ବିରାଟ କେବଳ ଆଇଫୋନ ବ୍ୟବହାର କରନ୍ତିନି । ଅନେକଥର ଭିଭୋ ସ୍ମାର୍ଟଫୋନ ଧରିଥିବା ନଜର ଆସିଛନ୍ତି । ମାର୍ଚ୍ଚ ୨୦୨୩ରେ ତାଙ୍କୁ ଭିଭୋର ଫୋଲ୍ଡେବଲ ସ୍ମାର୍ଟଫୋନ X Fold Plus ସହିତ ବିମାନବନ୍ଦରରେ ଦେଖାଯାଇଥିଲା। ଏହି ଫୋନଟି ବିଶେଷ ଭାବରେ ମାଉଣ୍ଟେନ୍ସ ବ୍ଲୁ କଲର୍ ଭାରିଆଣ୍ଟରେ ଦେଖାଯାଇଥିଲା। ଏହା ପୂର୍ବରୁ ମଧ୍ୟ ବିରାଟ କୋହଲିଙ୍କୁ Vivo V25 ସହିତ ଦେଖିବାକୁ ମିଳିଛି। ବିରାଟ କୋହଲି ଚାଇନା ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ସହିତ ଏକ ଅନୁମୋଦନ ଚୁକ୍ତି ସ୍ବାକ୍ଷର କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ଭିଭୋ ଫୋନ ସହିତ ଦେଖିବାକୁ ମିଳିଥାନ୍ତି ।