ମୁମ୍ୱାଇ ୨୪/୦୪: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀରରୁ ମିଳିଛି ତାଙ୍କୁ ଏହି ଧମକ । ୨୩ ଏପ୍ରିଲରେ ଦିଲ୍ଲୀ ପୋଲିସରେ ଏହି ମାମଲାରେ ଏଫଆଇଆର ଦାଖଲ କରିଛନ୍ତି ଗମ୍ଭୀର । ସେ ତାଙ୍କ ପରିବାର ପାଇଁ ସୁରକ୍ଷା ମଧ୍ୟ ଦାବି କରିଛନ୍ତି। କୁହାଯାଉଛି ଯେ ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ଆସିଛି । ଯେଉଁଠି କେବଳ ତିନୋଟି ଶବ୍ଦ ଲେଖାହୋଇଛି ।
I Will Kill you । ଗମ୍ଭୀର ତୁରନ୍ତ ଏହି ଇମେଲ୍ ବିଷୟରେ ପୋଲିସକୁ ଜଣାଇଲେ । ଆନୁଷ୍ଠାନିକ ଭାବରେ ଅଭିଯୋଗ ଦାଖଲ କଲେ। ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଏହି ଧମକ ISIS କାଶ୍ମୀର ଦେଇଛି।
Former BJP MP and current head coach of the Indian cricket team, Gautam Gambhir, received a death threat from 'ISIS Kashmir'. On Wednesday, he approached the Delhi Police, filing a formal complaint for an FIR and seeking measures to safeguard his family’s security: Office of… pic.twitter.com/MEG26UIwFh
— ANI (@ANI) April 24, 2025
ସୂଚନା ଥାଉକି, ଗୌତମ ଗମ୍ଭୀର ଆଜିକାଲି IPL ଯୋଗୁଁ ଟିମ୍ ଇଣ୍ଡିଆରୁ ବିରତି ନେଇଛନ୍ତି । ନିକଟରେ ସେ ତାଙ୍କ ପରିବାର ସହିତ ୟୁରୋପ ଭ୍ରମଣରେ ମଧ୍ୟ ଯାଇଥିଲେ । କିନ୍ତୁ ପହଲଗାମ ଆକ୍ରମଣର ମାତ୍ର ଗୋଟିଏ ଦିନ ପରେ ତାଙ୍କୁ ମିଳିଥିବା ହତ୍ୟା ଧମକ ସମସ୍ତଙ୍କୁ ଦୋହଲାଇ ଦେଇଛି।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ, ସାଇବର ସେଲ୍ ଟିମ୍ ଇମେଲକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି । ଏହି ଇମେଲ୍ କିଏ ଓ କେଉଁଠାରୁ ପଠାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।