ବ୍ୟବସ୍ଥା ସଶକ୍ତ ହେଲେ ଗ୍ରାମାଞ୍ଚଳର ବିକାଶ ହେବ: ପୃଥ୍ୱୀରାଜ ହରିଚନ୍ଦନ

Published By : Prameya-News7 Bureau | April 24, 2025 IST

ଭୁବନେଶ୍ୱର ୨୪/୦୪: ଆଜି ସାରା ରାଜ୍ୟରେ ପାଳନ ହୋଇଛି ପଞ୍ଚାୟତରାଜ ଦିବସ । ପୂର୍ବରୁ ମାର୍ଚ୍ଚ ୫ରେ ପାଳନ କରାଯାଉଥିଲା । ଏଥର କିନ୍ତୁ ଏପ୍ରିଲ୍ ୨୪ରେ ପାଳନ ହୋଇଛି ପଞ୍ଚାୟତିରାଜ ଦିବସ । ତେବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହାରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି କେବଳ ପାଳନର କଥା ନୁହେଁ । 

ପାଳନ ସହିତ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼, ସଶକ୍ତ ସହ କ୍ରିୟାଶୀଳ କରିବା ପାଇଁ ଯେଉଁ ବ୍ୟବସ୍ଥା ତାକୁ ଆମେ ସାଙ୍ଗରେ ନେଇ ଚାଲିଛୁ । ସାଧାରଣ ଲୋକର ଆବଶ୍ୟକତା ଭଳି ରାସନ୍ କାର୍ଡ ଆଜି ଠାରୁ ଆମେ ଦେଲୁ । ଗଲା ସରକାର ଗତ ଛଅବର୍ଷ ଧରି ରାସନ୍ କାର୍ଡ ଦେବା ପ୍ରକ୍ରିୟା କରିନଥିଲେ। 

ଗଲା ଦିନ ଗୁଡ଼ିକରେ ନିର୍ବାଚନ କେନ୍ଦ୍ରିକ ସରକାର ଥିଲା ଆଜିକା ଦିନରେ ବିକାଶ କେନ୍ଦ୍ରିକ ସରକାର ଅଛି । ଏହା ହିଁ ପାର୍ଥକ୍ୟ। ପଞ୍ଚାୟତରାଜ ବ୍ୟବସ୍ଥା ସଶକ୍ତ ହେଲେ ଗ୍ରାମାଞ୍ଚଳର ବିକାଶ ହେବ। ଛୁଟି ବିରୋଧୀଙ୍କୁ ଯଦି ଏତେ ଦରକାର ତେବେ ତାଙ୍କ ନେତାଙ୍କଠୁ ଛୁଟି ନେଇ ଗଙ୍ଗାକୂଳେ ତପସ୍ୟା କରନ୍ତୁ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.