ମୁହଁ ଖୋଲିଲେ ବିଜେଡି ବିଧାୟକ: କହିଲେ ଦଳରେ ଶୃଙ୍ଖଳା ନଥିଲେ କ୍ଷତି ହେବ, ମାଟିରେ ମିଶିବ

Published By : Prameya-News7 Bureau | April 24, 2025 IST

ଭୁବନେଶ୍ୱର ୨୪/୦୪: ୱାକଫ ବିଲ୍‌କୁ ନେଇ ବିଜେଡିର ବିଦ୍ରୋହ ଥମୁନି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ଅଶ୍ୱିନ ପାତ୍ର । ସେ କହିଛନ୍ତି ଏ ସଂମ୍ପର୍କରେ ବାଦନୁବାଦ ଚାଲିଛି । ବିଜେଡି ସୁପ୍ରିମୋ ସ୍ପଷ୍ଟତା କହିସାରିଛନ୍ତି । ତାପରେ ଆଉ ଯିଏ କହୁଛନ୍ତି ବିବେକା ନୁ ବେକ ଭୋଟ ଦେଇଛୁ ସେକଥା ସେ ବିଚାର କରିବେ । 


ଏହି ଵାଦାନୁବାଦ ଦଳର ଚିନ୍ତାଧାରା କଣ ହେବ ନ ହେବ ସୁପ୍ରିମୋ ବିଚାର କରିବେ । ମୁନା ଖାଁ କଣ କହିଲେ ତାଙ୍କ ବ୍ୟକ୍ତିଗତ କଥା । ସେ ଆହୁରି କହିଛନ୍ତି ବିଜେପିକୁ ବିଜେଡିରୁ କିଏ ଯିବ ନ ଯିବ ଆଜିକା ଦିନରେ କିଛି କହିହେବ ନାହିଁ । ଦଳ ଏକ ଆଉ ଅଭିନ୍ନ ଭାବରେ ଅଛି । ଯାହା ବାଦ ନୁ ବାଦ ଘଟୁଛୁ ସବୁ ସୁପ୍ରିମୋ ପାଖକୁ ଯାଉଛି । ଦଳରେ ଏକ ଦମ୍ ଶୃଙ୍ଖଳା ରହିବା ଦରକାର । ବିଶୃଙ୍ଖଳିତ ଆଚରଣ କଲେ ଦଳର କ୍ଷତି ଘଟିବ, ବିଲୟ ଘଟିବ । ଶୃଙ୍ଖଳା ଏକାନ୍ତ ଆବଶ୍ୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.