ଭାରତର ଚେତାବନୀ ପରେ ଭୟରେ ପାକିସ୍ତାନ ! ବସିଲା ସୁରକ୍ଷା ପରିଷଦ ବୈଠକ

Published By : Prameya-News7 Bureau | April 24, 2025 IST

ପେଶାଓ୍ୱାର ୨୪/୦୪: ପହଲଗାମ ଆଟାକ୍‌କୁ ନେଇ ଭାରତ ନେଇଥିବା ପଦକ୍ଷେପକୁ ନେଇ ଭୟଭୀତ ପାକିସ୍ତାନ । ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ଲାଗି ବସିଛି ପାକିସ୍ତାନରେ ଜାତୀୟ ସୁରକ୍ଷା କମିଟି (NCC)ର ବୈଠକ । ଏହି ବୈଠକ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । 

ଏଥିରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ, ସୂଚନା ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଛନ୍ତି । ପାକିସ୍ତାନର ସେନା ମୁଖ୍ୟଙ୍କୁ ବୈଠକରେ ସାମିଲ କରାଯାଇଛି। ପାକିସ୍ତାନର ସରକାରୀ ରେଡିଓ ଚ୍ୟାନେଲ 'ରେଡିଓ ପାକିସ୍ତାନ'ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଏସସି ବୈଠକରେ ଭାରତ କରୁଥିବା ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ। 

ପହଲଗାମ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ବାହ୍ୟ ଓ ଘରୋଇ ବିପଦ ନେଇ ଆଲୋଚନା କରାଯିବ। ରେଡିଓ ପାକିସ୍ତାନ ତା'ର ରିପୋର୍ଟରେ କହିଛି ଯେ ବୈଠକରେ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ପାଇଁ ଭାରତର ତରବରିଆ ନିଷ୍ପତ୍ତିର ମଧ୍ୟ ସମୀକ୍ଷା କରାଯିବ। ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନକୁ ଦାୟୀ କରି ଶକ୍ତ ନିଷ୍ପତ୍ତି ନେଇଛି ଭାରତ । ଏହାରି ଭିତରେ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତବାସର ଶୀର୍ଷ ଅଧିକାରୀଙ୍କୁ ସମନ କରିଛନ୍ତି ଭାରତ ସରକାର । 

ପାକିସ୍ତାନୀ ଅଧିକାରୀ ସାଦ ଅହମ୍ମଦ ୱରାଇଜ୍ ଜରିଆରେ ପାକ୍ ସରକାର ଓ ପାକିସ୍ତାନ ସେନାଙ୍କୁ ଚେତାବନୀ ଦିଆଯାଇଛି । ଔପଚାରିକ ଭାବେ ଏକ ନନ୍ ଗ୍ରେଟା ନୋଟ୍ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏଭଳି ଆତଙ୍କୀ କାର୍ଯ୍ୟକଳାପର ଶକ୍ତ ଜବାବ ଦିଆଯିବ ବୋଲି ଭାରତ ସରକାର ରୋକଠୋକ୍ ଜଣାଇ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.