ଉଦଳା ୨୪।୪: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଯୁବକ । ଆକ୍ରମଣ ଘଟଣାକୁ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ତାତିଲେ ପରିବାର ଲୋକେ ଓ ଜେଏମଏମ । ଏସ୍ଡ଼ିପିଓ କାର୍ଯ୍ୟାଳୟ ଘେରାଉ କରିଲେ ଉତ୍ତ୍ୟକ୍ତ ଲୋକେ ।
ଗତ ୧୪ ତାରିଖ ଉଦଳା ଥାନା କିରିକିଚିଆ ଗ୍ରାମର କାଟେ ସିଂ ଗାଡି ଷ୍ଟାର୍ଟ କରୁଥିବା ସମୟରେ ପ୍ରଭାତ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ମୁହଁରେ ଗାଡି ଲାଇଟ ପଡିଯାଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ପ୍ରଭାତ ମହାପାତ୍ର ଏକ ଧାରୁଆ ଅସ୍ତ୍ରରେ କାଟେ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ବେକରେ ଭୁସି ଦେଇଥିଲେ । ଏବେ ସେ ଉଦଳା ମେଡିକାଲରେ ଚିକିତ୍ସିତ ଅଛନ୍ତି । ଘଟଣା ନେଇ କାଟେଙ୍କ ଭାଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାରିନାହିଁ । ଯାହାକୁ ଆଧାର କରି ଆଜି ତାତିଛନ୍ତି ପରିବାର ଲୋକେ ଏବଂ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା । ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଏବଂ ଏସଡିପିଓ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିଥିବାରୁ ତାହାକୁ ବିରୋଧ କରିଛନ୍ତି । ତୁରନ୍ତ ଅଭିଯୁକ୍ତ ଗିରଫ ଦାବିରେ ଏସ୍ଡିପିଓ ଅଫିସ ଘେରାଉ କରିଛନ୍ତି । ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
You Can Read:
ରାଜଧାନୀରୁ ପୁଣି ନାବାଳକ ନିଖୋଜ, ଖେଳିବାକୁ ଯାଇଥିଲା ଫେରିଲାନି ଘରକୁ