ଭୁବନେଶ୍ଵର: ତିନି ଦିନିଆ ମୁମ୍ବାଇ ଗସ୍ତ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁମ୍ବାଇ ଗସ୍ତ ସମୟରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ କରିବେ ଆଲୋଚନା। ଇଣ୍ଡିଆ ଷ୍ଟିଲ୍ - ୨୦୨୫ କନ୍ଫରେନ୍ସରେ ଯୋଗଦେବେ। ଏହା ପରେ ୨୬ରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ।
ମୁମ୍ବାଇ ଗସ୍ତ ସମୟରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିବେ । କାଲି ପ୍ରଥମେ ଶିଳ୍ପ ସଂଘ ସହ କରିବେ ଆଲୋଚନା । ଏଥି ସହ ଷ୍ଟିଲ୍ ଉତ୍ପାଦନ ବୃଦ୍ଧି ଓ କଞ୍ଚାମାଲ୍ ଯୋଗାଣ ସମ୍ପର୍କରେ ଇଣ୍ଡିଆ ଷ୍ଟିଲ୍ – ୨୦୨୫ କନ୍ଫରେନ୍ସରେ ଯୋଗଦେଇ ଉଦ୍ବୋଧନ ରଖିବେ ମୁଖ୍ୟମନ୍ତ୍ରୀ ।
ଏହା ପରେ ଅପରାହ୍ଣରେ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କ ସହ କରିବେ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା । ଓଡ଼ିଶାରେ ଶିଳ୍ପ ପାଇଁ ସୁଯୋଗ, ଭିତ୍ତିଭୂମି ଓ ଶିଳ୍ପନୀତି ନେଇ ପୁଞ୍ଜିପତିଙ୍କ ସହ ରାଉଣ୍ଡ ଟେବୁଲ ବୈଠକରେ କରିବେ ଆଲୋଚନା । ୨୬ ତାରିଖରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାେହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ପୁଞ୍ଜି ନିବେଶ ପାଇଁଁ ଅନେକ କମ୍ପାନି ସହ ଚୁକ୍ତି ସ୍ଵାକ୍ଷର କରିଥିଲେ।