ପଡିଆ ଭିତରେ କୋଚ୍‌ଙ୍କୁ ମାଡ଼ ମାରିଲେ ମହିଳା ଫୁଟବଲ୍ ଖେଳାଳି

Published By : Prameya-News7 Bureau | April 24, 2025 IST

କଟକ ୨୪।୪: ପଡିଆ ଭିତରେ ଫୁଟବଲ କୋଚଙ୍କୁ ମହିଳା ଫୁଟବଲ୍ ଖେଳାଳିଙ୍କ ମାଡ । କଟକ ବିଡାନାସୀ ଖେଳ ପଡିଆରେ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ବା ଫାଓର ମହିଳା ଟିମ୍ ପ୍ରଶିକ୍ଷଣ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ଫାଓ ବା ସମ୍ପୃକ୍ତ ମହିଳା ଫୁଟବଲ୍ ଖେଳାଳି ଏ ସମ୍ପର୍କରେ ଗଣମାଧ୍ୟମକୁ କିଛି କହିନାହାନ୍ତି, ତଥାପି କୋଚ୍ ଜଣକ ପ୍ରଶିକ୍ଷଣ ବାହାନାରେ ମହିଳା ଫୁଟବଲ୍ ଖେଳାଳି ମାନଙ୍କୁ ଅସଦାଚରଣ କରୁଥିବା କିଛି ଖବରକାଗଜ ରିପୋର୍ଟରେ ଓ ସୋସିଆଲ ମିଡିଆରେ ଦର୍ଶାଯାଇଛି । ଫାଓର ଏହି କୋଚ୍ ସିରାଜୁଦ୍ଦିନ୍ ଖାନ୍ ବୋଲି ସୋସିଆଲ ମିଡ଼ିଆ ପୋଷ୍ଟରେ ଦର୍ଶାଯାଇଛି । ଏଭଳି ଅଭିଯୋଗ ପରେ ଫାଓ ଏହି କୋଚଙ୍କୁ ହଟାଇ ଦେଇଥିବା କୁହାଯାଉଛି ।

You Can Read:

ଅଗ୍ନିବୀରରେ ଚାକିରି କରାଇଦେବା ନାଁରେ ଟଙ୍କା ହଡ଼ପ, INS ଅଧିକାରୀଙ୍କ ସମେତ ୫ ଜଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.