କେନ୍ଦ୍ରାପଡା ୨୪।୪: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ l ଦୋଷୀ ସାବ୍ୟସ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଗାଁର ଜଗନ୍ ସାମଲକୁ ଜେଲଦଣ୍ଡ ସହ ୫୭ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଅଦାଲତ l
ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ନଭେମ୍ବର ୧୮ ତାରିଖ ଦିନ ଜଗନ୍ ସାମଲ କେନ୍ଦ୍ରାପଡା ତନ୍ତୀଆପାଳ ଅଂଚଳରୁ ଜଣେ ନାବାଳିକାକୁ ଅପହରଣ କରି ନେଇଥିଲେ l ପରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା l ପୋଲିସ ଘଟଣାର ତଦନ୍ତ କରି ନାବାଳିକାକୁ କଟକରୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିଥିଲା l ମାମାଲାର ବିଚାର କରି ଅଦାଲତ ପୀଡିତା ନାବାଳିକାକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି l