ଖୋର୍ଦ୍ଧା ୨୪।୪: ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । INS ଚିଲିକାର ଟ୍ରେନିଂ କରେସପଣ୍ଡେଣ୍ଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ସେହି ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବା ବେଳେ ଏଥିରେ ନାଭି ଅଧିକାରୀ ମାନଙ୍କ ସମ୍ପୃକ୍ତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଏଥିରେ INS ଚିଲିକାର ଜଣେ କାର୍ଯ୍ୟରତ ଅଧିକାରୀ ଗିରଫ ହୋଇଥିବା ବେଳେ ୟୁପିର ପୂର୍ବତନ ନାଭି ଅଧିକାରୀ ଚିଲିକାରେ ରହି ଏହି ରାକେଟକୁ ଚଳାଉଥିବା ବେଳେ ସେ ମଧ୍ୟ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ୪ଟି ମୋବାଇଲ ଜବତ ହେବା ସହିତ ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଆଉ ଜଣକୁ ଗିରଫ କରିବାକୁ ଅଣ୍ଡାମାନ ନିକୋବରରେ ଥିବା INS କେଶରୀ ଯିବ ଖୋର୍ଦ୍ଧା ପୋଲସ ବୋଲି ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।
You Can Read: