ବୈପାରୀଗୁଡା ୨୪।୪: ଧସିଲା ମାଟି ଅତଡ଼ା, ମାଟି ତଳେ ଚାପି ହୋଇ ଚାଲିଗଲା ଜଣକ ଜୀବନ । ମାଛ ଧରିବା ପାଇଁ ନାଳ କାଟି ପୋଖରୀ ପାଣି ନିଷ୍କାସନ କରୁଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୈପାରୀଗୁଡାର ଯୋଡିଧାରାରେ ମାଟି ଅତଡ଼ା ଧସି ଜଣଙ୍କର ମୃତ୍ୟୁ ଘଟିଛି l ମୃତକ ଯୋଡିଧାରା ଗାଁର ୨୦ ବର୍ଷୀୟ ଡମ୍ବୁରୁ ବଡ଼ ନାୟକ l ଗାଁ ପାଖରୀରେ ମାଛ ଧରିବେ ବୋଲି ପୋଖରୀରୁ ପାଣି ନିଷ୍କାସନ ପାଇଁ ଡମ୍ବୁରୁ ଏବଂ ତାଙ୍କ ସହଯୋଗୀ ନାଳ କାଟୁଥିଲେ l ହେଲେ ହଠାତ ଧସିଲା ମାଟି ଅତଡ଼ା । ୧୫ ଫୁଟ ତଳେ ଚାପି ହୋଇଗଲେ ଡମ୍ବୁରୁ l ଚାଲିଗଲା ତାଙ୍କ ଜୀବନ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ଯୋଡିଧାରାରେ ଏକ ପ୍ରକାର ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି l
You Can Read: