ରାଜଧାନୀରୁ ପୁଣି ନାବାଳକ ନିଖୋଜ, ଖେଳିବାକୁ ଯାଇଥିଲା ଫେରିଲାନି ଘରକୁ

Published By : Prameya-News7 Bureau | April 24, 2025 IST

ଭୁବନେଶ୍ବର : ଲୁହ ଝରେଇ କାନ୍ଦୁଛି ମା’ । କୋଳକୁ କେବେ ଫେରିବ ଛୁଆ ସେକଥା ପଚାରୁଛି । ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ରହୁଥିବା ପଙ୍କଜିନି ସାହୁ ଓ ଦାଶରଥି ସାହୁଙ୍କ ୧୩ ବର୍ଷର ପୁଅ ବିଜ୍ଞାନ ସାହୁ । ଗତ ୧୮ ତାରିଖରେ ବାହାରକୁ ଖେଳିବାକୁ ଯାଇଥିଲା । ହେଲେ ଆଉ ଘରକୁ ଫେରିନଥିଲା । ତେଣୁ ଗତ ୧୯ ତାରିଖରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । କିନ୍ତୁ ଘଟଣାକୁ ୬ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ପୋଲିସ ଏ ମାମଲାରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । 

ଏପଟେ ଛୁଆ ଚୋରି ଖବର ପ୍ରତିଦିନ ଆସୁଛି । ରାଜଧାନୀରେ ଛୁଆମାନେ ଏବେ ସୁରକ୍ଷିତ ଲାଗୁନାହିଁ ବୋଲି କହିଛନ୍ତି ପଡୋଶୀ । ଅନ୍ୟପକ୍ଷରେ ପ୍ରାୟ ୩ ବର୍ଷ ହେଲା ଭୁବନେଶ୍ୱରରେ ରହି ମା’-ବାପା କାମ କରି ପେଟ ପୋଷୁଛନ୍ତି । ବାପା ଏକ ଘରୋଇ ଲଜରେ ସଫେଇ କାମ କରୁଥିବା ବେଳେ ମା’ ଘର ଘର ବୁଲି ଘରକାମ କରୁଛନ୍ତି । ତେଣୁ ପରିବାରର ଆଶାର ବାଡିକୁ ଫେରାଇ ଦେବାକୁ ନେହୁରା ହୋଇଛନ୍ତି ବାପା-ମା’ ।

You Can Read:

ଅଗ୍ନିବୀରରେ ଚାକିରି କରାଇଦେବା ନାଁରେ ଟଙ୍କା ହଡ଼ପ, INS ଅଧିକାରୀଙ୍କ ସମେତ ୫ ଜଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.