ଲକ୍ଷ୍ନୌ ଅଧିନାୟକ ରିଷଭ୍ ପନ୍ତ ପୁଣି ଫେଲ୍; ଦିଲ୍ଲୀ ସାମ୍ନାରେ ୧୬୦ ରନ୍‌ର ସହଜ ଲକ୍ଷ୍ୟ

Published By : Prameya-News7 Bureau | April 22, 2025 IST

ଲକ୍ଷ୍ନୌ: ପାଓ୍ବାର ପ୍ଲେରେ ପାଓ୍ବାର ଶୋ’ ସତ୍ତ୍ବେ ୧୫୯ ରନରେ ଅଟକିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ । ଆରମ୍ଭରୁ ଓପନିଂ ଯୋଡ଼ି ଇଡେନ ମାରକ୍ରମ ଓ ମିଚେଲ୍ ମାର୍ଶ ଦିଲ୍ଲୀ ବୋଲରଙ୍କ ଉପରେ ପ୍ରହାର କରିଥିଲେ । ମାରକ୍ରମ ୩୩ ବଲରୁ ୫୨ ରନ୍ ଓ ମାର୍ଶ ୩୬ ବଲରୁ ୪୫ ରନ କରି ଆଉଟ୍ ହେବା ପରେ ତାସ୍ ଘର ପରି ଭୁଶୁଡ଼ି ପଡ଼ିଥିଲା ଲକ୍ଷ୍ନୌର ବ୍ୟାଟିଂ ଲାଇନ୍ । ଅଧିନାୟକ ରିଷଭ ପନ୍ତ ପୁଣି ଥରେ ଫ୍ଲପ୍ ହୋଇଛନ୍ତି । ସେ ଦୁଇଟି ବଲ୍ ଖେଳି ଡକ୍ ଆଉଟ୍ ହୋଇଥିଲେ । ଫଳରେ ନିର୍ଦ୍ଧାରିତ କୋଡିଏ ଓଭରରେ ଏଲଏସଜି ୧୫୯ ରନ୍ କରିବାରେ ସକ୍ଷମ ହୋଇଛି ।  ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୬୦ ରନ୍ କରିବାକୁ ହେବ । 

ଆଇପିଏଲ ମହାସମରରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମୁକାବିଲା ଜାରି ରହିଛି । ଏହି ମ୍ୟାଚ୍ ଅଟଳବିହାରୀ ବାଜପେୟୀ ଷ୍ଟାଡିୟମ ଲକ୍ଷ୍ନୌରେ ଖେଳାଯାଇଛି । ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଏଲଏସଜି । ଓପନିଂ ଯୋଡ଼ି ଇଡେନ ମାରକ୍ରମ ଓ ମିଚେଲ୍ ମାର୍ଶ ଆରମ୍ଭରୁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ଓ୍ବିକେଟ୍ ପତନ ବେଳେ ଲକ୍ଷ୍ନୌର ୮୭ ରନ୍ କରିଥିଲା । ମାରକ୍ରମ ୩୩ ବଲରୁ ୫୨ ରନ୍ ଓ ମାର୍ଶ ୩୬ ବଲରୁ ୪୫ ରନ କରି ଆଉଟ୍ ହେବା ପରେ ଓ୍ବିକେଟର ଝଡ଼ି ଲାଗିଥିଲା । ମିଡିଲ ଅର୍ଡରରେ ଆୟୁଷ ବଦୋନୀଙ୍କୁ ଛାଡ଼ି କେହି ଖେଳି ପାରିନଥିଲେ । ବଦୋନୀ ୨୧ଟି ବଲ୍ ଖେଳି ୩୬ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ସପ୍ତମ ଓ୍ବିକେଟରେ ଅଧିନାୟକ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ପୁଣି ଥରେ ଫେଲ୍ ମାରିଥିଲେ । ମୁକେଶ କୁମାର ତାଙ୍କୁ ଶୂନରେ କ୍ଲିନ୍ ବୋଲ୍ଡ କରିଥିଲେ । ଫଳରେ ଦଳର ଭଲ ଷ୍ଟାର୍ଟ ସତ୍ତ୍ବେ ମାତ୍ର ୧୫୯ ରନରେ ଅଟକି ଥିଲା । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୪ଟି ଓ୍ବିକେଟ୍ ନେଇଛନ୍ତି ।...    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.