ସୁନୀତା ୱିଲିୟମ୍ସକୁ ମିଳିବ ମହାକାଶ ଓଭରଟାଇମ୍ ପାଉଣା, ଗ୍ରୀନ ସିଗ୍‌ନାଲ ଦେଲେ ରାଷ୍ଟ୍ରପତି

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ ୨୨/୦୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର । ୯ ମାସ ପରେ ଆନ୍ତର୍ଜାତୀୟ ମହାକାଶ ପୃଥିବୀକୁ ଫେରିଛନ୍ତି । ଏହି ମହାକାଶଚାରୀମାନେ ମାତ୍ର ୮ ଦିନ ପାଇଁ ମହାକାଶ ଷ୍ଟେସନକୁ ଯାଇଥିଲେ । ହେଲେ ଯାନ୍ତ୍ରିକ ତ୍ରୁଟିରୁ ରହିଗଲେ ସମ୍ପୂର୍ଣ୍ଣ ୯ ମାସ । ତେବେ ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଖୁସି ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ତେବେ ଏଠି କଥା ହେଉଛି ଆଇଏସଏସକୁ ୮ ଦିନ ପାଇଁ ଯାଇ ୯ମାସ ଫସିଥିବା ସୁନୀତାଙ୍କୁ ଓଭରଟାଇମର ଖର୍ଚ୍ଚ ମିଳିବ କି ? ନାସା ସେମାନଙ୍କୁ କିଛି ଅତିରିକ୍ତ ଦେୟ ଦେବ କି ? 

ସୁନୀତା ଓ ବୁଚଙ୍କ ଓଭରଟାଇମ୍ ଖର୍ଚ୍ଚ ମୋ ପକେଟରୁ ଦେବି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି କି, ସେ ଜାଣିନଥିଲେ ଯେ ମହାକାଶଚାରୀମାନେ ମହାକାଶରେ ବିତାଇଥିବା ଦିନ ସଂଖ୍ୟା ବୃଦ୍ଧି ପାଇଁ ଓଭରଟାଇମ୍ ଦରମା ପାଉ ନାହାଁନ୍ତି। ଏହି କାରଣରୁ, ଟ୍ରମ୍ପ କହିଛନ୍ତି ଯେ ସେ ମହାକାଶଚାରୀଙ୍କୁ ନିଜ ପକେଟରୁ ଟଙ୍କା ଦେବେ। ହ୍ୱାଇଟ୍ ହାଉସରେ ଏକ ପ୍ରେସ୍ ବ୍ରିଫିଂ ସମୟରେ, ଗଣମାଧ୍ୟମ ପ୍ରତିନିଧି କହିଥିଲେ କି, ମହାକାଶଚାରୀମାନେ ମହାକାଶ ଷ୍ଟେସନରେ ସେମାନଙ୍କର ବର୍ଦ୍ଧିତ ରହଣି ପାଇଁ ଓଭରଟାଇମ୍ ଦରମା ପାଇନାହାଁନ୍ତି ।  ଯାହା ସେମାନଙ୍କ ପାଇଁ ଦିନକୁ ୫ ଡଲାର ପାଇବାର ହକଦାର ଥିଲା । 

୨୮୬ ଦିନ ପାଇଁ ମୋଟ ୨୮୬ ଡଲାର ପାଇବା କଥା । ଯାହାର ମୂଲ୍ୟ ହେବ ୧,୨୨,୨୮୦ ଟଙ୍କା । ଏହି ସୂଚନା ପାଇବା ପରେ, ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଏ ବିଷୟରେ ମୋତେ କେହି ଜଣାଇ ନଥିଲେ। ସେମାନେ ଯାହା ଦେଇ ଗତି କରିଛନ୍ତି ତାହା ବିଚାର କଲେ ଏହା କୌଣସି ବଡ଼ କଥା ନୁହେଁ। ଯଦି ଦରକାର ପଡେ ମୁଁ ସୁନୀତା ଓ ବୁଚଙ୍କୁ ମୋ ପକେଟରୁ ଦେୟ ଦେବି । ଏଲନ ମସ୍କଙ୍କୁ ଧନ୍ୟବାଦ ଦେବି ଭାବନ୍ତୁ ଯଦି ସେ ନଥାନ୍ତେ ତେବେ କଣ ହୋଇଥାନ୍ତା । ସେମାନେ ୪୦ ଘଣ୍ଟା କାମ କରନ୍ତି ଓ ଓଭରଟାଇମ୍ ବି କରନ୍ତି । ଛୁଟି ପାଇଁ ତାଙ୍କୁ ଅତିରିକ୍ତ ଦେୟ ମିଳେ ନାହିଁ । 

ଗତବର୍ଷ ନାସା ଅନ୍ତରୀକ୍ଷ ଯାତ୍ରୀଙ୍କୁ ୧୫୨,୦୦୦ ଡଲାରରୁ ଅଧିକ କମାଇଛନ୍ତି । ସୁନୀତା ଓ ବୁଚ୍ ମହାକାଶରେ ୨୮୬ ଦିନ ରହିଛନ୍ତି । ତାଙ୍କୁ ୧,୪୩୦ ଡଲାର ମିଳିବ । ଏହାପରେ ଟ୍ରମ୍ପ ମହାକାଶଚାରୀ ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର, ନିକ୍ ହେଗ୍ ଏବଂ ରୋସକସମୋସ୍ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସର ଏଲୋନ ମସ୍କଙ୍କୁ ଧନ୍ୟବାଦ ଜଣାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.